ଜାଣନ୍ତୁ କାହିଁକି ପରସ୍ପରକୁ ନମସ୍କାର କରୁଛନ୍ତି ବର୍ଷା ଓ ଅନୁଭବ ?

କଟକ :  ଓଲିଉଡ଼ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ବର୍ଷା ଓ ଅନୁଭବ ଏବେ ସୋସିଆଲ ମିଡ଼ିଆର ହଟ୍ ଟପିକ୍ ପାଲଟିଛନ୍ତି । କାରଣ ଦୁହେଁ ପରସ୍ପରକୁ ହାତଯୋଡ଼ି ନମସ୍କାର କରୁଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଦୁହେଁ ଦୁହିଁକୁ କାହିଁକି ନମସ୍କାର କରୁଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନୁଭବ ଏବଂ ବର୍ଷାଙ୍କ ଏହି ଫଟୋ ଫ୍ୟାନମାନଙ୍କ ମନରେ ସସପେନ୍ସ ଭରିଦେଇଛି ।

ତେବେ ଏହି ଫଟୋଟିକୁ ଖୋଦ୍ ଓଲିଉଡ଼ର ସୁପରଷ୍ଟାର ଅନୁଭବ ନିଜ ଅଫିସିଆଲ୍ ଟୁଇଟରରେ ଅପଲୋଡ଼ କରିଛନ୍ତି  ଏବଂ ଫ୍ୟାନମାନଙ୍କୁ ଏହି ଫଟୋ କେଉଁ ମୁହୂର୍ତ୍ତର ବୋଲି ଅନୁମାନ୍ ଲଗାଇବାକୁ କହିଛନ୍ତି  । ତେବେ ଗତକାଲି ଏହି ଫଟୋକୁ ପୋଷ୍ଟ କରିବାମାତ୍ରେ ଅନେକ ପ୍ରଶଂସକ ଏହାର ଉତ୍ତର ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।

ପ୍ରଶଂସକମାନଙ୍କ କହିବା ମୁତାବକ ଏହି ଫଟୋଟି ଅଭିନେତ୍ରୀ ବର୍ଷାଙ୍କ ଆଗାମୀ ଫିଲ୍ମ ‘ନିମକି’ର ଏକ ସିନ୍ ବୋଲି କହିଛନ୍ତି । ଯେଉଁଥିରେ ଏକ ରକ୍ତଦାନ ଦୃଶ୍ୟରେ ବିଜେଡ଼ି ସାଂସଦ ଭାବେ ଅନୁଭବ ବର୍ଷାଙ୍କୁ ହାତ ଯୋଡ଼ି ନମସ୍କାର କରୁଥାଇ ପାରନ୍ତି।

ସମ୍ବନ୍ଧିତ ଖବର