ଦଶନ୍ଧି ବିତିଛି, ବଲିଉଡ୍‌ କଳାକାରଙ୍କ ଚେହେରାରେ ଫରକ ପଡ଼ିନି

Decades later, the faces of Bollywood stars have not changed

ଦଶନ୍ଧି ବିତିଯାଇଛି, ମାତ୍ର ବଲିଉଡ୍‌ର ବହୁ କଳାକାରଙ୍କ ଚେହେରାରେ ଏକ ଦଶନ୍ଧିର ଫରକ ଅନୁଭୂତ ହେଉନାହିଁ। ସାହିଦ କପୁରଙ୍କଠୁ ନେଇ ମଲାଇକା ଅରୋରା, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ହ୍ରିତିକ୍‌ ରୋସନ୍‌; ସେମାନଙ୍କର ଚେହେରାକୁ ସେମିତି ସତେଜ ରଖିଛନ୍ତି। ଅର୍ଥାତ ୧୦ ବର୍ଷ ତଳେ ସାହିଦ ଯେମିତି ଦେଖାଯାଉଥିଲେ ଆଜି ‌ବି ସେମିତି ଦେଖାଯାଉଛନ୍ତି। ଐଶ୍ବର୍ଯ୍ୟା ୧୦ ବର୍ଷ ତଳେ ଯେପରି ଦେଖାଯାଉଥିଲେ, ଏବେ ତା’ଠୁ ଅଧିକ ସୁନ୍ଦର ଦେଖାଯାଉଛନ୍ତି। ଦଶନ୍ଧି ମଧ୍ୟରେ ତାଙ୍କ ଦୁଇଟି ଫଟୋକୁ ନେଲେ ଲାଗିବ, ଯେମିତି ତାଙ୍କର ବୟସ ମାତ୍ର ଗୋଟେ ଦିନ ବଢ଼ି ଯାଇଛି। ବଲିଉଡ୍‌ର ଗ୍ରିକ୍‌ ଗଡ୍ ଭାବେ ପରିଚିତ ହ୍ରିତିକ୍‌ ରୋସନଙ୍କ ଚେହେରାରେ ମଧ୍ୟ ସାମାନ୍ୟତମ ପରିବର୍ତ୍ତନ ହୋଇନାହିଁ। ଚୁଟି ଗ୍ରେ’ ହୋଇଥିଲେ ମଧ୍ୟ ଚେହେରାରେ ଫରକ ଦେଖିବାକୁ ମିଳିନାହିଁ। ବଲିଉଡ୍‌ର ଚିରସବୁଜ ଅଭିନେତ୍ରୀ ରେଖାଙ୍କ ସମସାମୟିକ ଅଭିନେତ୍ରୀଙ୍କଠାରେ ଏହି ଦଶନ୍ଧି ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥିଲେ ମଧ୍ୟ ରେଖାଙ୍କ ଚେହେରା ସେମିତି ସତେଜ। ସଲମାନ ଖାନ୍‌ଙ୍କ କ୍ଷେତ୍ରରେ ମଧ୍ୟ ସେୟା। ଯେମିତି ବୟସ ତାଙ୍କୁ ଛୁଇଁବ ନାହିଁ ବୋଲି ରାଣ ଖାଇଛି।

ସମ୍ବନ୍ଧିତ ଖବର