ପୂଜାରେ ଆସୁନାହିଁ ‘ଲୈଲା ଓ ଲୈଲା’

ସାର୍ଥକ ଏଣ୍ଟରଟେନମେଣ୍ଟରେ ନୂଆ ସିନେମା ‘ ଲୈଲା ଓ ଲୈଲା ’ ଏବେ ଫ୍ଲୋରରେ ରହିଛି । ସୀତାରାମ ଅଗ୍ରଓ୍ଵାଲ ଏହାର ନିର୍ମାତା ଓ ସୁଶାନ୍ତ ମଣି ନିର୍ଦ୍ଦେଶକ ଡ଼. ନିର୍ମଳ ନାୟକ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଏହି ଫିଲ୍ମରେ ‘ ତୁ ମୋ ଲଭ ଷ୍ଟୋରି ’ ଫେମ୍‌ ସ୍ୱରାଜ ଓ ସନମୀରା ନାୟକ -ନାୟିକା ଭୂମିକାରେ ଅଛନ୍ତି । ଏତଦ୍‌ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା ବି ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଏବେ ଏହାର ଅନ୍ତିମ ପର୍ଯ୍ୟାୟର ସୁଟିଂ ଚାଲିଛି। ପ୍ରଥମେ କୁହାଯାଉଥିଲା ଯେ ‘ଲୈଲା ଓ ଲୈଲା’ ଦଶହରା ଅବସରରେ ରିଲିଜ୍‌ ହେବ ମାତ୍ର ତାହା ସମ୍ଭବ ନୁହେଁ । ଏଥିଲାଗି ପ୍ରଯୋଜନା ସଂସ୍ଥା ଏହାକୁ ପରେ ରିଲିଜ୍‌ କରିବ ବୋଲି ଜଣାଯାଇଛିି। ଏଠାରେ ସୂଚନାଯୋଗ୍ୟ ଯେ ଏହି ବ୍ୟାନରର ପୂର୍ବ ସିନେମା ‘ସପନର ପଥେ ପଥେ’ ବି ପ୍ରଥମେ ନିର୍ଦ୍ଧାରିତ ସମୟରେ ରିଲିଜ୍‌ ହୋଇନଥିଲା।

ସମ୍ବନ୍ଧିତ ଖବର