ଫରହାନ୍‌ ଅଖତରଙ୍କ ପୂର୍ବତନ ପତ୍ନୀ ଅଧୁନା ଏବେ ଜଣେ ନାୟକଙ୍କ ସାନଭାଇଙ୍କୁ ଡେଟ୍‌ କରୁଛନ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା-ନର୍ମାତା-ନିର୍ଦ୍ଦେଶକ ଫରହାନ୍‌ ଅଖତରଙ୍କ ପୂର୍ବତନ ପତ୍ନୀ ଅଧୁନା ଆଜିକାଲି ପୁଣି ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ବ୍ୟକ୍ତିଗତ ପ୍ରସଙ୍ଗ ପାଇଁ ଖୁବ୍‌ ଚର୍ଚ୍ଚା ସାଉଁଟୁଛନ୍ତି । ଅଧୁନା ଭବାନୀ ଆଜିକାଲି ବଲିଉଡରେ ଜଣେ ଅଳ୍ପ ଚର୍ଚ୍ଚିତ ହିରୋଙ୍କ ଭାଇଙ୍କୁ ଡେଟ୍‌ କରୁଛନ୍ତି । ହଁ ସେ ହେଲେ ଡିନୋ ମୋରେଆଙ୍କ ଭାଇ ନିକୋଲା। ଅଧୁନାଙ୍କ ବୟସ ଏବେ ୫୦ ବର୍ଷ ଓ ନିକୋଲାଙ୍କ ବୟସ ୪୪ ବର୍ଷ । ଅର୍ଥାତ ଅଧୁନା ତାଙ୍କଠୁଁ ବୟସରେ ଛଅ ବର୍ଷ ସାନ ଯୁବକଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ।

photo-amarujala

ସଂପ୍ରତି ଅଧୁନା ଓ ନିକୋଲା ଗୋଆରେ ଛୁଟି କାଟୁଥିବାର ଦେଖିବାକୁ ମିଳୁଛି । ଉଭୟଙ୍କୁ ଗୋଆରେ ଖୁଲ୍ଲମ୍‌ ଖୁଲ୍ଲା ରୋମାନ୍ସ କରିଥିବାର ଚର୍ଚ୍ଚା ହେଉଛି । ଉଭୟେ ପରସ୍ପରଙ୍କୁ ଅନେକ ଦିନରୁ ଜାଣନ୍ତି । ଏହି ପ୍ରେମୀ ଯୁଗଳ ଅଧୁନାଙ୍କ ଆକସିରଗଦ୍‌ ସ୍ପାଇସ୍‌ ଭିଲ୍ଲାରେ ଅଧିକାଂଶ ସମୟ ରହୁଥିବା ମଧ୍ୟ କୁହାଯାଉଛି । ତା’ଛଡା କିଛି ଦିନ ତଳେ ଉଭୟଙ୍କୁ ମୁମ୍ବାଇର ଏକ ହୋଟେଲରେ ଡିନୋ ମୋରେଆ ଓ ନନ୍ଦିତା ମେହତାନୀଙ୍କ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା ।

photo-youtube

ଏଠାରେ ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ‘ ନିର୍ଦ୍ଦେଶକ’ ଫରହାନ୍‌ ଅଖତରଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ଯେତେବେଳେ ଫରହାନ୍‌ ତାଙ୍କର ପ୍ରଥମ ସିନେମା ‘ ଦିଲ୍‌ ଚାହାତା ହେ’ ର ନିର୍ମାଣ କରୁଥିଲେ, ସେତେବେଳେ ଅଧୁନାଙ୍କ ସହ ଦେଖା ହୋଇଥିଲା । ୨୦୦୧ରେ ଏହି ସିନେମା ରିଲିଜ୍‌ ହୋଇଥିଲା। ଏଥିରେ ଅମୀର୍‌ ଖାନ୍‌, ଅକ୍ଷୟ ଖାନ୍ନା,ସୈଫ୍‌ ଅଲ୍ଲୀ ଖାନ୍‌ ,ଡିଂପଲ କାପାଡିଆ ଏବଂ ପ୍ରୀତି ଜିଣ୍ଟା ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମା ରିଲିଜ୍‌ ହେବା ଆଗରୁ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ୧୭ ବର୍ଷ ପରେ ଫରହାନ୍‌ ଓ ଅଧୁନା ପରସ୍ପରଠୁଁ ଅଲଗା ହୋଇଯାଇଥିଲେ । ସେମାନଙ୍କର ଦୁଇ ଝିଅ ଶାକ୍ୟା (୧୪) ଓ ଅକିରା(୬) ଅଛନ୍ତି , ଯିଏ ଅଧୁନାଙ୍କ ପାଖରେ ରହୁଛନ୍ତି ଓ ଫରହାନ୍‌ ମଝିରେ ମଝିରେ ଆସି ଦୁଇ ଝିଅଙ୍କୁ ଭେଟୁଛନ୍ତି । ତେଣେ ଫରହାନଙ୍କ ସହ ନାୟିକା ଶ୍ରଦ୍ଧା କପୁରଙ୍କ ଆଫେଆର କଥା ବେଳେବେଳେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର