ରଣବୀର-ଆଲିଆଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ମିଲିଲା ଆଉ ଏକ ସଙ୍କେତ, ଭୁଲବଶତଃ ଏହା କହି ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କର ପ୍ରମାଣ ଦେଲେ କାଜୋଲ

ମୁମ୍ବାଇ : ବଲିଉଡ୍‌ରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି ରଣବୀର-ଆଲିଆଙ୍କ ପ୍ରେମ କାହାଣୀ । ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟ୍‌ରୁ ଦୁହିଁଙ୍କ ଭଲ ପାଇବା ଆରମ୍ଭ ହୋଇଥିବା ବେଳେ ଏବେ ବିବାହ ପର୍ଯ୍ୟନ୍ତ ଯାଇ କଥା ପହଁଞ୍ଚିଛି । ବିବାହକୁ ନେଇ ଦୁଇ ପରିବାର ତରଫରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଦୁହିଁଙ୍କ ପରିବାର ସାଥୀରେ ବିତାଉଥିବା ସମୟକୁ ଦେଖି ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବେ ବୋଲି ଆଶଙ୍କା କରାଯାଉଛି । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଅନେକ ଲୋକ ପ୍ରମାଣ ଦେଇ ସାରିଥିବା ବେଳେ ଏବେ ଅଭିନେତ୍ରୀ କାଜୋଲ ଏ ଖବରକୁ ଅଧିକ ସ୍ପଷ୍ଟ କରିଛନ୍ତି ।

ଏକ ଚାଟ୍‌ ସୋ’ରେ ତାଙ୍କୁ ଆଲିଆଙ୍କ ସହ ଜଡ଼ିତ ଏକ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତର ରଖିବାକୁ ଯାଇ ସେ ଆଲିଆ ଭଟ୍ଟଙ୍କୁ ଆଲିଆ କପୁର କହି ଦେଇଥିଲେ । ନିଜେ କରିଥିବା ଏଭଳି ଭୁଲ ଜାଣି କାଜୋଲ ଆଶ୍ଚର୍ଯ୍ୟ ହେବା ସହ ନିଜ ଭୁଲକୁ ପରେ ସୁଧାରିଥିଲେ । କିନ୍ତୁ କାଜୋଲ କରିଥିବା ଏହି ଭୁଲ ରଣବୀର ଏବଂ ଆଲିଆଙ୍କ ମଧ୍ୟରେ ଥିବା ସଂପର୍କକୁ ଅଧିକ ସ୍ପଷ୍ଟ କରିଛି ।

ସମ୍ବନ୍ଧିତ ଖବର