ରଣବୀର କପୁରଙ୍କଠାରୁ ଅଲଗା ହେବା ପରେ କିଭଳି ଅନୁଭବ ହେଉଛି ପ୍ରଶ୍ନ କରାଯିବା ପରେ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଲେ କ୍ୟାଟ୍ରିନା

ମୁମ୍ବାଇ : ଅଭିନୟକୁ ନେଇ ଅଭିନେତ୍ରୀ କ୍ୟାଟ୍ରିନାର କୈଫ୍‌ଙ୍କୁ ସମସ୍ତେ ଟ୍ରୋଲ କରିଥିଲେ ମଧ୍ୟ ଆଜି ସେ ନିଜର ନାଚିବା ଶୈଳୀ ଏବଂ ଭିନ୍ନ ଅନ୍ଦାଜ ପାଇଁ ସମସ୍ତଙ୍କ ମନରେ ଘର କରି ପାରିଛନ୍ତି । ବଲିଉଡ଼୍‍ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ସେ ନିଜକୁ ସାମିଲ କରିଥିବା ବେଳେ ଏବେ ଫିଲ୍ମ ‘ଭାରତ’କୁ ନେଇ ସେ ଚର୍ଚ୍ଚାରେ । ତେବେ ଫିଲ୍ମ ଛଡ଼ା ସେ ଆଉ ଏକ କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ରଣବୀର କପୁରଙ୍କ ସହ ତାଙ୍କ ସଂପର୍କ ବିଷୟରେ କହିବାକୁ ଯାଇ ସେ ଯେଉଁ ମନ୍ତବ୍ୟ ରଖିଥିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

SpotboyE

ଏକ ସାକ୍ଷାତକାରରେ ତାଙ୍କୁ ବ୍ରେକ୍‌ଅପ୍‌ ପରେ କୌଣସି ପ୍ରକାରର ଦୁଃଖ ହୋଇଥିଲା କି ନାହଁ ବୋଲି ପ୍ରଶ୍ନ କରାଯିବା ପରେ, ଭଲ ପାଇବାର ଭାବନା ଦୁନିଆର ସବୁଠାରୁ ବେକାର ଭାବନା । ଆପଣ ପ୍ରେମରେ ଥିବା ବେଳେ ଯେଉଁ ନିଷ୍ପତ୍ତିି ନିଅନ୍ତି, ତାହା ଆପଣଙ୍କୁ ସେ ସମୟରେ ଠିକ୍‌ ଲାଗିଥାଏ । କିନ୍ତୁ ପରେ ଆପଣ ଅନୁଭବ କରନ୍ତି କି ଆପଣ ସେ ନିଷ୍ପତ୍ତିି କ’ଣ ପାଇଁ ନେଇଥିଲେ । ମୋତେ ମୋ ବ୍ରେକ୍‌ଅପ୍‌କୁ ନେଇ କୌଣସି ଦୁଃଖ ନାହିଁ । ଏବେ ମୁଁ ମୋ ଜୀବନକୁ ଅଧିକ ଗୁରୁତ୍ୱ ଦେଉଛି । ଯେତେବେଳେ ଆମେ ନିଜ ଜୀବନକୁ ଗୁରୁତ୍ୱ ଦେଉ ସେତେବେଳେ ଅନୁଭବ ହୁଏ କି ଆମେ ନିଜ ବିଷୟରେ କିଛି ବି ଜାଣି ନାହେଁ । ଏବେ ମୁଁ ନିଜକୁ ଜାଣିବା ଆରମ୍ଭ କରିଛି ବୋଲି ପ୍ରତିକ୍ରିୟା ରଖିଥିଲେ କ୍ୟାଟ୍ରିନା।

ସମ୍ବନ୍ଧିତ ଖବର