ସଞ୍ଜୟ  ଲୀଲା  ଭଂସାଲୀଙ୍କ ସହ କରୀନା କପୁର କାହିଁକି କାମ କରି ନାହାନ୍ତି ? ଜାଣନ୍ତି ତ !

ମୁମ୍ବାଇ: ବଲିଉଡର  ବେବୋ  ଓରଫ କରୀନା କପୁର ଖାନ୍‌ ତାଙ୍କ କ୍ୟାରିଅରରେ ବେଶ୍‌ କେତାଟି ସିନେମା ଛାଡିଛନ୍ତି। ଏଥିମଧ୍ୟରୁ କେତେକ ହିଟ୍‌ ହୋଇଛି। ଏହି କାରଣରୁ ସେ ଏଯାବତ୍‌ ଜଣେ ପ୍ରତିଭାବାନ୍‌ ନିର୍ଦ୍ଦେଶକଙ୍କ ସହ କାମ ବି କରି ପାରି ନାହାନ୍ତି। ହଁ ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି ସେ ହେଲେ   ସଞ୍ଜୟ  ଲୀଲା  ଭଂସାଲୀ। କରୀନା ତାଙ୍କର ଗୋଟିଏ ନୁହେଁ ,ବରଂ ଦୁଇଟି ସିନେମା ଛାଡିଥିଲେ। ଆସନ୍ତୁ ଜାଣିବା ସେ ସଂପର୍କରେ…

ହମ୍‌ ଦିଲ୍‌ ଦେ   ଚୁକେ ସନମ୍‌ :  ସୁପରହିଟ୍‌  ଫିଲ୍ମର ନିର୍ମାତା- ନିର୍ଦ୍ଦେଶକ  ସଞ୍ଜୟ  ଲୀଳା  ଭଂସାଲୀଙ୍କ  ନିର୍ଦ୍ଦେଶିତ  ଦ୍ୱିତୀୟ ହିନ୍ଦୀ ସିନେମା  ହେଲା   ‘  ହମ୍‌   ଦିଲ୍‌   ଦେ  ଚୁକେ ସନମ୍‌  ।   ଏହା  ୧୯୯୯  ରେ ରିଲିଜ୍‌  ହୋଇଥିଲା ।  ଏଥିରେ  ସଲମାନ୍‌  ଖାନ୍‌  ଓ ଅଜୟ  ଦେବଗନ୍‌ଙ୍କ  ସହିତ ଐଶ୍ୱର୍ଯ୍ୟା  ରାୟ  ଅଭିନୟ  କରିଥିଲେ   ନାୟିକା ଭୂମିକାରେ   ।    ଏଥିରେ ନନ୍ଦିନୀ ଭୂମିକାରେ   ନଜର ଆସିଥିଲେ   ଏଶ୍ୱର୍ଯ୍ୟା ।  କିନ୍ତୁ ଏହି  ଚରିତ୍ର ପାଇଁ   ନିର୍ଦ୍ଦେଶକଙ୍କର   ପ୍ରଥମ ପସନ୍ଦ  ଥିଲେ   କରୀନା କପୁର   ।  ସଂଜୟ  ତଙ୍କୁ  ଏହି ରୋଲ୍‌ ପାଇଁ  ଅଫର୍‌ ବି  ଦେଇଥିଲେ  , କିନ୍ତୁ  କରିନା  ରାଜି  ହୋଇ ନଥିଲେ, ନନ୍ଦିନୀ  ଭୂମିକା ଲାଗି   ଏଶ୍ୱର୍ଯ୍ୟା  ଶ୍ରେଷ୍ଠ  ଅଭିନେତ୍ରୀ ଭାବେ  ଫିଲ୍ମ ଫେଆର୍‌  ଆଓ୍ଵାର୍ଡ  ଲାଭ  କରିଥିଲେ ।

 

photo–news18

ଗୋଲିଓଁ  କା   ରାସଲୀଲା- ରାମଲୀଲା:  ନିର୍ଦ୍ଦେଶକ  ସଂଜୟ  ଲୀଲା  ଭଂସାଲୀ  ଯେତେବେଳେ ‘ ଗୋଲିଓଁ  କା   ରାସଲୀଲାା- ରାମଲୀଲା’  ସ୍କ୍ରିପ୍ଟ   ପ୍ରସ୍ତୁତ  କରୁଥିଲେ  ସେତେବେଳେ  ସେ  ଲୀଳା  ଭୂମିକା   ପାଇଁ  କରୀନା  କପୁରଙ୍କୁ  ଦେବେ  ବୋଲି   ଠିକ୍‌   କରିଥିଲେ  ।  ସଂଜୟ  କରିନାଙ୍କୁ  ପ୍ରସ୍ତାବ  ବି   ଦେଇଥିଲେ , କିନ୍ତୁ   ରଣବୀର  ସିଂହଙ୍କ  ଅପୋଜିଟ୍‌ରେ  କାମ  କରିବାକୁ ପସନ୍ଦ   କରି ନ ଥିଲେ   କରୀନା କପୁର ଖାନ୍‌ । ସେ ମନା କରିବାପରେ ପରେ  ସେହି ଭୂମିକାଟି  ମିଳିଥିଲା  ଦୀପିକା  ପାଦୁକୋନଙ୍କୁ ।  ଏହି ଫିଲ୍ମ ପାଇଁ   ଦୀପିକା  ଶ୍ରେଷ୍ଠ  ଅଭିନେତ୍ରୀ  ଭାବେ ଫିଲ୍ମ   ଫେଆର  ଆଓ୍ଵାର୍ଡ  ଟ୍ରଫି  ଲାଭ କରିଥିଲେ ।

ସମ୍ବନ୍ଧିତ ଖବର