ମୁମ୍ବାଇ: ବଲିଉଡର ସିରିୟଲ କିସର ଇମରାନ ହାସମୀ ନିଜର ଆଗାମୀ ଫିଲ୍ମ ’ଚିଟ ଇଣ୍ଡିଆ’ ପ୍ରମୋସନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଇମରାନଙ୍କ ‘ଚିଟ ଇଣ୍ଡିଆ’ ଜାନୁଆରୀ ୨୫ ତାରିଖ ପରିବର୍ତ୍ତେ ଜାନୁଆରୀ ୧୮ରେ ରିଲିଜ ହେବାର ଶୁଣିବାକୁ ମିଳୁଛି। ଫିଲ୍ମଟିକୁ ‘ଗୁଲାବି ଗ୍ୟାଙ୍ଗ’ ନିର୍ଦ୍ଦେଶକ ସୌମିକ ସେନ ନିର୍ଦ୍ଦେଶିତ କରିଛନ୍ତି । ଏହି ଫିଲ୍ମରୁ ଅଭିନେତ୍ରୀ ଶ୍ରେୟା ଧନବନ୍ତରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଇମରାନ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ସେ କୌଣସି ନୂଆ ଚେହେରା ସହ କାମ କରିବାକୁ ଚାହୁଁଛନ୍ତି । କେଉଁ ନୂଆ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ଉତ୍ତରରେ ସେ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ନାମ ନେଇଥିଲେ । ସେ ହେଲେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ।
ଇମରାନ ହାସମୀ କହିଥିଲେ, ଏଯାବତ ସେ ସାରାଙ୍କ ଦୁଇଟି ଫିଲ୍ମ ମଧ୍ୟରୁ ଗୋଟିଏ ବି ଦେଖି ନାହାଁନ୍ତି । କିନ୍ତୁ ବନ୍ଧୁ ଓ ଘରଲୋକ ସାରାଙ୍କ ଫିଲ୍ମ ଦେଖି ତାଙ୍କ କାମର ଖୁବ୍ ପ୍ରଶଂସା କରିଥିଲେ। ଏହି କାରଣ ପାଇଁ ସାରାଙ୍କ ଟ୍ୟାଲେଣ୍ଟ ସହ ଭବିଷ୍ୟତରେ କାମ କରିବାକୁ ଇଚ୍ଛା ରଖିଛନ୍ତି ଇମରାନ ହାସମୀ।