ଏହି ଅନ୍‌ସ୍କ୍ରିନ୍‌ ଯୋଡ଼ିଙ୍କର ମଧ୍ୟରେ ବୟସ ପାର୍ଥକ୍ୟ ଜାଣିଲେ, ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ ହେଉ ବା ଟଲିଉଡ୍‌ ଦୁଇଟି ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କର କ୍ୟାରିୟର ବହୁତ କମ ସମୟ ପାଇଁ ଚାଲିଥାଏ । ବହୁତ କମ ଅଭିନେତ୍ରୀ ଲମ୍ବା ସମୟ ପାଇଁ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହି ପାରିଥାନ୍ତି । କିଛି ଅଭିନେତା ବୟସ୍କ ହୋଇ ମଧ୍ୟ ଇଣ୍ଡଷ୍ଟ୍ରିରେ ରାଜ୍‌ କରି ଚାଲୁଥିବା ବେଳେ କିଛି କଳାକାର ଫିକା ପଡ଼ିଯାଇଥାନ୍ତି । ତେବେ ଆଜି ଆମେ ଟଲିଉଡ୍‌ ଏବଂ ବଲିଉଡ୍‌ ଦୁନିଆର କିଛି ଏମିତି ଅନ୍‌ସ୍କ୍ରିନ୍‌ ଯୋଡ଼ିଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କର ମଧ୍ୟରେ ଥିବା ବୟସ ପାର୍ଥକ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

୧.ଫିଲ୍ମ ସୁଭାଷ ଚନ୍ଦ୍ର ବୋଷରେ ଏକା ସାଙ୍ଗରେ ନଜର ଆସିଥିଲେ ଅଭିନେତା ଭେଙ୍କଟେଶ ଏବଂ ଅଭିନେତ୍ରୀ ଜେନେଲିଆ ଡ଼ିସୁଜା । ଦୁଇ ଜଣଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୨୭ବର୍ଷ ରହିଥିବା ଜଣାପଡ଼ିଛି । କାରଣ ଏବେ ଭେଙ୍କଟେଶଙ୍କୁ ୫୭ବର୍ଷ ହୋଇଥିବା ବେଳେ ଜେନେଲିଆ ୩୦ବର୍ଷରେ ପାଦ ରଖିଛନ୍ତି ।

YouTube

୨.ଫିଲ୍ମ ସୁପରରେ ବଲିଉଡ୍‌ ଅଭିନେତ୍ରୀ ଆୟଶା ଟାକିଆ ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ସହ ନଜର ଆସିଥିଲେ । ଏବେ ନାଗାର୍ଜୁନଙ୍କୁ ୫୮ବର୍ଷ ବୟସ ହୋଇଥିବା ବେଳେ ଆୟଶାଙ୍କୁ ୩୨ବର୍ଷ। ଏଥିରୁ ଦୁହିଁଙ୍କ ବୟସ ମଧ୍ୟରେ ୨୭ବର୍ଷର ପାର୍ଥକ୍ୟ ଥିଲା ବୋଲି ଜଣାପଡ଼ିଛି ।

MyOdia

୩.ଫିଲ୍ମ ଚିଖ୍‌ତି ରାଜ୍ୟମରେ ଅଭିନେତ୍ରୀ ତ୍ରିଶାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତା କମଲ ହସନ। ଦୁହେଁ ପରଦା ଉପରେ ରୋମାନ୍ସ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ୨୯ବର୍ଷର ବୟସ ପାର୍ଥକ୍ୟ ଥିବା ଜଣାପଡ଼ିଛି ।

The Indian Telegram

୪.ଫିଲ୍ମ ବେତାଗଦୁରେ ବଲିଉଡ୍‌ର ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ରୋମାନ୍ସ କରିଥିଲେ ସାଉଥ୍‌ ସୁପରଷ୍ଟାର ଏନ୍‌ ଟି ରାମାରାଓ । ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୪୦ବର୍ଷ ଥିବା ଜଣା ପଡ଼ିଛି ।

 

ସମ୍ବନ୍ଧିତ ଖବର