# ମି ଠୁ ଅଭିଯାନ ସପକ୍ଷରେ ବାହାରିଲେ ନନ୍ଦିତା, କୋଙ୍କଣା ଓ କିରଣଙ୍କ ସହ ୧୧ ସିନେ ନିର୍ଦ୍ଦେଶିକା : ଅଭିଯୋଗ ଆସିଥିବା ବ୍ୟକ୍ତିଙ୍କ ସହ କାମ ନ କରିବାକୁ ଘୋଷଣା

ମୁମ୍ବାଇ: # ମି ଠୁ ଅଭିଯାନ ମାଧ୍ୟମରେ ଫିଲ୍ମ ଶିଳ୍ପ ସହ ଜଡ଼ିତ ବହୁ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ଏହାର ସମର୍ଥନ କରି ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱର ଉତ୍ତୋଳନ କରିଛନ୍ତି ।

ବଲିଉଡର ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ କରିବେନି ବୋଲି ଘୋଷଣା କରିଛନ୍ତି । ଏହି ମିଳିତ ବିବୃତି ସୋସିଆଲ ମିଡିଆରେ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ନନ୍ଦିତା ଦାସ, କିରଣ ରାଓ, କୋଙ୍କଣା ସେନ ଶର୍ମା, ଗୌରୀ ସିନ୍ଧେ, ମେଘନା ଗୁଲଜାର ଓ ଜୋୟା ଅଖତାର ଅଛନ୍ତି । ବୟାନରେ କୁହାଯାଇଛି ଯେ, ମହିଳାଙ୍କ ନିର୍ମାତା ଓ ନିର୍ଦ୍ଦେଶକ ଭାବେ ସେମାନେ # ମି ଠୁ କ୍ୟାମ୍ପେନକୁ ସମର୍ଥନ ଦେଉଛନ୍ତି । ଅଭିଯୋଗ ଆସିଥିବା ଲୋକଙ୍କ ସହ କାମ ନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଅନ୍ୟମାନଙ୍କୁ ବି ଏଭଳି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ଗତ ମାସରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ଆଲୋକ ନାଥ, ସୁବାସ ଘାଇ, ସାଜିଦ ଖାନ, ଶକ୍ତି କପୁର, ବିକାଶ ବହଲ ଓ ଅନ୍ୟ ବଲିଉଡ୍ ବ୍ୟକ୍ତିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆସିଛି ।

ସମ୍ବନ୍ଧିତ ଖବର