ଜାଣନ୍ତୁ କ’ଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ୍‌ ଜଣାଇଲେ ବାଦ୍‌ଶାହା ଶାହରୁଖ୍‌ ଖାନ୍‌

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୧୫୦ତମ ଗାନ୍ଧୀ ଜୟନ୍ତୀ ପାଇଁ କଳା ଓ ସିନେମା ଜଗତର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ବୈଠକର ଆୟୋଜନ କରିଥିଲେ । ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ଆବାସରେ କଳା ଓ ସିନେମା ଜଗତର କଳାକାରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମୟରେ ବଲିଉଡ୍‌ର ଆଗଧାଡ଼ିର କଳାକାର ବାଦ୍‌ଶାହା ଶାହରୁଖ୍‌ ଖାନ୍‌ ଓ ଆମୀର ଖାନ୍‌ ଉପସ୍ଥିତ ଥିଲେ । ଯାହାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଏହି ସଭାରେ ଶାହରୁଖ୍‌ ଖାନ୍‌ ନିଜର ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ । ଯାହା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ନୁହେଁ ବରଂ ଗାନ୍ଧୀଜୀଙ୍କୁ ଧନ୍ୟବାଦ୍‌ ଜଣାଅ ବୋଲି କହିଥିଲେ ।

ଟୁଇଟ୍‌ କରାଯାଇଥିବା ଭିଡିଓରେ ଦେଖାଯାଇଛି କି, ଆମେ ଏକ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ମଧ୍ୟ କେବେ ହେଲେ ବି ଏକତ୍ରିତ ହୋଇ ପାରୁ ନାହୁଁ । ମୁଁ ଆପଣଙ୍କୁ ଧନ୍ୟବାଦ୍‌ ଜଣାଉଛି କି, ଆପଣ ଆମକୁ ଗୋଟେ ସ୍ଥାନରେ ଏକତ୍ରିତ କରାଇଛନ୍ତି । ଏହି ଅବସରରେ ମୁଁ ଏବଂ ଆମୀର ପରସ୍ପରକୁ ଆଲିଙ୍ଗନ ମଧ୍ୟ କରି ପାରିଲୁ ବୋଲି କହୁଛନ୍ତି ଶାହରୁଖ୍‌ ଖାନ୍‌ । ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି କି ମୋ ପାଇଁ ନୁହେଁ ଗାନ୍ଧୀଜୀଙ୍କ ପାଇଁ ଏକତ୍ରିତ ହୋଇଛେ । ତାଙ୍କୁ ଧନ୍ୟବାଦ ଜଣାଅ ।

ସମ୍ବନ୍ଧିତ ଖବର