୧୮ବର୍ଷ ବୟସରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଲେ ମୈଥିଲୀ ଠାକୁର, ଦେଖନ୍ତୁ ତାଙ୍କ ଚମତ୍କାର ପ୍ରତିଭାର ଭିଡିିଓ

ପାଟ୍‌ନା : ଆଜିକାଲି ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ପାଲଟିଛି, ଯାହା ଦ୍ୱାରା ଲୋକମାନେ ଖୁବ୍‌ ସହଜରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଛନ୍ତି । ସୋସିଆଲ ମିଡ଼ିଆରେ ସେମାନେ ନିଜ ନିଜର ପ୍ରତିଭାକୁ ଦେଖାଇ ଲୋକପ୍ରିୟ ହେବା ସହ ତାଙ୍କ ପ୍ରତିଭାକୁ ଲୋକମାନେ ଜାଣି ପାରୁଛନ୍ତି । ପୂର୍ବରୁ ଏ ସୁବିଧା ନ ଥିବା ବେଳେ ଏବେ ଏହା ଯୁବପୀଢ଼ିଙ୍କୁ ନୂଆ ମାଧ୍ୟମ ଯୋଗାଇଛି । ଏହାକୁ ବ୍ୟବହାର କରି ବିହାରର ମୈଥିଲି ଠାକୁର ଏବେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛନ୍ତି । ନିଜ ଭାଇଭଉଣୀଙ୍କ ସହ ମିଶି ସେ ନିଜ ଗୀତର ଯାଦୁ ସମସ୍ତଙ୍କ ଉପରେ ଚଳାଇବାରେ ସଫଳ ହୋଇଛନ୍ତି ବୋଲି ଭାଇରାଲ ହୋଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ।

ଭିଡିଓ ଭାଇରାଲ ହେବା ପରେ ବ୍ୟବହାରକାରୀମାନେ ଭିଡ଼ିଓରେ ନଜର ଆସୁଥିବା ୩ଜଣ ପିଲାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଦେଖା ଯାଇଛି । ଭିଡ଼ିଓରେ ନଜର ଆସୁଥିବା ୩ଜଣ ପିଲାଙ୍କ ନାମ ମୈଥିଲି ଠାକୁର,ଋଷବ ଠାକୁର ଏବଂ ଅୟାଚୀ ଠାକୁର ବୋଲି ଚିହ୍ନଟ କରାଯାଇଛି । ଭିଡ଼ିଓରେ ମୈଥିଲି ଗୀତ ଗାଉଥିବା ବେଳେ ଋଷବ ତାବ୍‌ଲା ଏବଂ ତାଙ୍କ ସାନ ଭଉଣୀ ଅୟାଚୀ ତାଳି ମାରିବା ସହ ଗୀତ ଗାଉଥିବାର ଦେଖା ଯାଇଛି ।

ସୂଚନା ମୁତାବକ, ମୈଥିଲି ଦିଲ୍ଲୀର ଦ୍ୱାରିକାରେ ରହୁଥିବା ବେଳେ ବାଲ ଭବନ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ୁଥିବା ଜଣାପଡ଼ିଛି । ଗାଁରୁ ଆରମ୍ଭ ହୋଇଥିବା ମୈଥିଲିଙ୍କ ଯାତ୍ରା ଏବେ ସାରା ଦେଶର ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି । ଅନେକ ରିୟାଲିଟି ସୋ’ରେ ଭାଗ ନେଇଥିବା ମୈଥିଲି କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିବା ରାଇଜିଙ୍ଗ ଷ୍ଟାରରେ ରନ୍‌ର୍ସ ଅପ୍‌ ହୋଇଥିଲେ । ତାଙ୍କ ଆଲବମ ୟା ରବ୍‌ବା ଏବେ ସୁପର ହିଟ୍‌ ସାବ୍ୟସ୍ତ ହୋଇଛି ।

ସମ୍ବନ୍ଧିତ ଖବର