ନୂଆଦିଲ୍ଲୀ: ଭାରତର ଦୁଇଟି ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ବାହୁବଳୀ-୨ ଓ ୨.୦ ଚୀନରେ ସେମିତି କିଛି କମାଲ ଦେଖାଇପାରିନାହିଁ | ରଜନୀକାନ୍ତ ଓ ଅକ୍ଷୟକୁମାର ଅଭିନୀତ ୨.୦ ଚୀନରେ ସେତେଟା ସଫଳତା ପାଇପାରିନାହିଁ | ଏହି ଫିଲ୍ମତି ହିନ୍ଦୀ, ତାମିଲ ଓ ତେଲୁଗୁ ସଂସ୍କରଣରେ ଭଲ ବ୍ୟବସାୟ କରିଥିଲେ ବି ଚୀନ ଦର୍ଶକଙ୍କୁ ସେତେ ପ୍ରଭାବିତ କରିପାରିନାହିଁ |
/sambad/media/post_attachments/wp-content/uploads/2018/11/1543425948-2.0-300x225.jpg)
ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଓସ୍କାର ବିଜେତା ଏ.ଆର୍ ରହେମାନ୍ ଦେଇଥିବାବେଳେ ଫିଲ୍ମରେ ମୋବାଇଲ ଫୋନର ରାଡ଼ିଏସନରୁ ପକ୍ଷୀମାନଙ୍କୁ କେତେ ଅସୁବିଧା ହୋଇଥାଏ ସେ ବିଷୟରେ ଦେଖାଯାଇଥିଲା | ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା | ତେବେ ସିନେ ସମୀକ୍ଷକଙ୍କ କହିବା ମୁତାବକ ଏହି ଫିଲ୍ମର କାହାଣୀକୁ ଚୀନ ଦର୍ଶକ ସେତେଟା ବୁଝିପାରିନାହାଁନ୍ତି |
ଫିଲ୍ମ ୨.୦ରେ ଅଭିନେତା ଅକ୍ଷୟ କୁମାରଙ୍କ ଲୁକ୍ ପୂର୍ବ ସମସ୍ତ ଫିଲ୍ମର ଲୁକ୍ଠାରୁ ଭିନ୍ନ ରହିଥିଲା । ଏହାସହ ଫିଲ୍ମ ୨.୦ ଭାରତର ସବୁଠାରୁ ବଡ଼ ବଜେଟ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥିବାବେଳେ ଭିଏଫ୍ଏକ୍ସ ପାଇଁ ୩୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା |