୨୦୧୮ରେ ଏହି ସବୁ ସିନେମା ଭିତରେ ହୋଇପାରେ କଡ଼ା ଟକକ୍‌ର!

ମୁମ୍ବାଇ: ୨୦୧୮ରେ ବଲିଉଡ଼୍‍ରେ ପୁଣି ବିଭିନ୍ନ ସିନେମା ଭିତରେ ଜବରଦସ୍ତ ଟକକ୍‌ର ହେବ ବୋଲି କୁହାଯାଉଛି।ଖାସ୍‌କରି ସାଧାରଣତନ୍ତ୍ର ଦିବସ,ଇଦ୍‌,ଦିଓ୍ଵାଲି,କ୍ରିସ୍‌ମାସ୍‌ ,ଦଶହରା ଏବଂ ହୋଲି ଭଳି ସମୟରେ ଏଭଳି ଘଟିବ ବୋଲି ଏବେଠୁଁ ଚର୍ଚ୍ଚା ହେଲାଣି।
୨୦୧୮ର ସାଧାରଣତନ୍ତ୍ର ଦିବସ ଅବସରରେ ବଲିଉଡ଼୍‍ର ମୋଷ୍ଟ୍‍ ବ୍ୟାଙ୍କବଲ୍‌ ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅଭିନୀତ‘ପ୍ୟାଡ଼୍‍ମ୍ୟାନ୍‌’ରିଲିଜ୍‌ ହେବାକୁ ଯାଉଛି।ଏହା ସହ ଟକ୍‌କର ଦେବା ଆସୁଛି ଅକ୍ଷୟ କୁମାରଙ୍କୁ ନେଇ ‘ସ୍ପେସାଲ୍‌ ୨୯’ଓ ‘ବେବି’ ଭଳି ହିଟ୍‌ ଫିଲ୍ମ ନିର୍ମାଣ କରିଥିବା ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ତଥା ସିଦ୍ଧାର୍ଥ ମାଲହୋତ୍ରା ଓ ମନୋଜ ବାଜପେୟୀ ଅଭିନୀତ ‘ଅୟାରୀ’`।

୨୦୧୮ ଫେବୃଆରି ୨୩ରେ ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ‘ପରମାଣୁ’ ରିଲିଜ୍‌ ହେବାକୁ ଥିବାବେଳେ ସେହି ଦିନ ରାଣୀ ମୁଖାର୍ଜୀଙ୍କ ‘ହିଚକୀ’ ବି ପରଦାକୁ ଆସୁଛି।ଏ ଦୃଷ୍ଟିରୁ ଏହା ବି ଏକ ବଡ଼ ଟକକ୍‌ର ହେବ।
ହୋଲି ଅବସରରେ ହଟ୍‌ ଫିଲ୍ମ ‘ହେଟ୍‌ ଷ୍ଟୋରି-୪’ର ସାମ୍ନା କରିବ ସୁଶାନ୍ତ ସିଂହ ରାଜପୁତ ଓ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଭିନୀତ ‘ଡ୍ରାଇଭ୍‌’।ଠିକ୍‌ ସେହିପରି ଏପ୍ରିଲ୍‌ ମାସରେ ଦୁଇଟି ବଡ଼ କ୍ଲାସ୍‌ ହେବ ବୋଲି ଜଣାଗଲାଣି।ଏପ୍ରିଲ୍‌ ୧୩ ତାରିଖରେ ସାଉଥ୍‌ ମେଗାଷ୍ଟାର୍‌ ରଜନୀକାନ୍ତ ଓ ବଲିଉଡ଼୍‍ ଖିଲାଡ଼ି ଷ୍ଟାରର ଅକ୍ଷୟ କୁମାର ଷ୍ଟାରର୍‌‘୨.୦’ରିଲିଜ୍‌ ହେବାକୁ ଥିବାବେଳେ ଏଡାର ପ୍ରତିଦ୍ୱନ୍ଦୀ ଭାବେ ରିଲିଜ୍‌ ହେବାକୁ ଯାଉଛି ବରୁଣ ଧଓ୍ଵନ୍‌ଙ୍କ ଅଭିନୀତ ଫିଲ୍ମ ‘ଅକ୍ଟୋବର’।ଅପରପକ୍ଷରେ ଏପ୍ରିଲ ୨୭ରେ ଟାଇଗର ଶ୍ରଫଙ୍କ ‘ବାଗୀ-୨’ ସାଙ୍ଗକୁ କଙ୍ଗନା ରାନାଓ୍ଵତ୍‌ଙ୍କ ଅଭିନୀତ ‘ମଣି କର୍ଣ୍ଣିକା:ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ରିଲିଜ୍‌ ହେବାକୁ ଥିବା ହେତୁ ଜବରଦସ୍ତ ଟକକର ହେବ ବୋଲି ଆକଳନ କରାଯାଉଛି। ଏତଦବ୍ୟତୀତ ରାଜ କୁମାର ହିରାନୀଙ୍କ ‘ଦତ୍ତ’ ବି ଟକ୍କରର ସାମ୍ନା କରିପାରେ। ଠିକ୍‌ ସେହିପରି ରିତିକ୍‌ ରୋଶନଙ୍କ ଅଭିନୀତ ‘ସୁପର-୩୦’ ସୋଲୋ ରିଲିଜ୍‌ ହୋଇ ନ ପାରେ।

photo-indianexpress.com

୨୦୧୮ ଇଦ୍‌ରେ ସଲମାନ୍‌ ଖାନଙ୍କୁ ଟକକ୍‌ର ଦେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।କାରଣ ଏବର୍ଷ ଇଦ୍‌ ଅବସରରେ ସଲମାନ୍‌ ଖାନଙ୍କ ‘ରେସ୍‌-୩’ ଓ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ‘ଫନ୍ନେ ଖାନ୍‌’ରିଲିଜ୍‌ ହେବ।‘ରେସ୍‌-୩’ରେ ସଲମାନଙ୍କ ବ୍ୟତୀତ ବବି ଦେଓଲ,ଜାକଲିନ୍‌ , ଫର୍ଣ୍ଣାଣ୍ଡିଜ୍‌, ଅନୀଲ କପୁର ପ୍ରମୁଖ ଅଭିନୟ କରୁଛନ୍ତି।‘ଫନ୍ନେ ଖାନ୍‌’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ରାଜ କୁମାର ରାଓ ଏବଂ ଅନୀଲ କପୁର ପ୍ରମୁଖ ଅଭିନୟ କରୁଛନ୍ତି। ଠିକ୍‌ ସେହିପରି ଅଗଷ୍ଟ ମାସ ଶେଷ ସପ୍ତାହରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଅଭିନୀତ ‘ସଡ଼କ୍‌-୨’ ସହ ସାହିଦ୍‌ କପୁରଙ୍କ ‘ବତ୍ତିଗଲ୍‌ ମିଟର ଚାଲୁ’ ପ୍ରତିଦ୍ୱନ୍ଦୀ ଭାବେ ଉଭା ହେବ ବୋଲି କୁହାଯାଉଛି।
୨୦୧୮ କ୍ରିସମାସ ଅବସରରେ ନିର୍ମାତା ଆଦିତ୍ୟ ଚୋପ୍ରା ତାଙ୍କର ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରିଲିଜ୍‌ କରିବେ ବୋଲି ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ଏହାକୁ କଡ଼ା ମୁକାବିଲା କରିବା ପାଇଁ ଶାହରୁଖ୍‌ ଖାନ୍‌ଙ୍କ ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ ଆସିବ ବୋଲି କୁହାଯାଉଛିି।ଠିକ୍‌ ସେହିପରି ସୁଶାନ୍ତ ସିଂହ ରାଜପୁତ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କେଦାରନାଥ’ବି କ୍ରିସମାସ୍‌ ଅବସରରେ ରିଲିଜ କରାଯିବାର ଯୋଜନା ହେଉଛି।ଅନ୍ୟପକ୍ଷରେ ରୋହିତ୍‌ ସେଟ୍ଟୀଙ୍କ ରଣବୀର ସିଂହ ଷ୍ଟାରର ‘ସିମ୍ବା’ ବି ସେହି ସମୟରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ଚାଲିଛ।

ସମ୍ବନ୍ଧିତ ଖବର