ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେବାକୁ ଯାଉଛନ୍ତି କପିଲ : ପରଦାକୁ ଫେରିବା ସହ କରିବାକୁ ଯାଉଛନ୍ତି ବିବାହ

ମୁମ୍ବାଇ : ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । ତାଙ୍କ ଜୀବନର ଗାଡ଼ି କେଉଁ ସବୁ ପରିସ୍ଥିତି ନେଇ ଯାଇଛି ତାହା ସମସ୍ତେ ଜାଣିଛନ୍ତି । ଜଣେ ଲୋକପ୍ରିୟ ଏବଂ ଚର୍ଚ୍ଚିତ ହାସ୍ୟ ଅଭିନେତା ହୋଇ ମଧ୍ୟ ନିଜର ଛୋଟ ଭୁଲ ପାଇଁ ସୋ’ ନ ଚାଲିବା ଏବଂ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହେବା ପରେ ମଧ୍ୟ ସେ ସବୁ ସହ ଲଢ଼ି ପୁଣି ଫେରୁଛନ୍ତି କପିଲ । ନିଜ ପ୍ରଶଂସକମାନଙ୍କ ପାଇଁ ସେ ପୁଣି ଫେରୁଥିବାର ଖବର ଦେଇ ସେମାନଙ୍କୁ ଖୁସି କରାଇଥିବା ବେଳେ ଏବେ ଆଉ ଏକ ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି, ତାହା ହେଉଛି ତାଙ୍କ ବିବାହ ।
ଆଜ୍ଞା ହଁ! କପିଲ ବିବାହ କରିବାକୁ ଯାଉଛନ୍ତି । କପିଲଙ୍କ ଜଣେ ଭଲ ବନ୍ଧୁ ଏହି ଖବରର ଖୁଲାସା କରିଥିବା ବେଳେ ଡ଼ିସେମ୍ବରରେ ସେ ନିଜ ପ୍ରେମିକା ଗିନ୍ନି ଚତରଥଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । କପିଲଙ୍କ ବିବାହ ଅମୃତସରରେ ପଞ୍ଜାବୀ ରୀତିନୀତିରେ ହେବ ବୋଲି ସୂଚନା ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ ବର୍ଷ ଶେଷରେ ହିଁ କପିଲ ବିବାହ କରିବେ ବୋଲି କହିଛନ୍ତି ତାଙ୍କ ବନ୍ଧୁ ।
ସମ୍ବନ୍ଧିତ ଖବର