୬୮ବର୍ଷୀୟ ସହ-କଳାକାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କହି ନିଜ ପ୍ରଶଂସକଙ୍କୁ ଚମକାଇଦେଲେ ୨୬ବର୍ଷୀୟ ହଲିଉଡ୍‌ ଅଭିନେତ୍ରୀ ସେଲିନା ଗୋମେଜ

ନୂଆଦିଲ୍ଲୀ : ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସେଲିନା ଗୋମେଜ ଏବେ ଇନ୍‌ଷ୍ଟାରେ ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କିଛି ଲୋକ ଏହି ପୋଷ୍ଟ ଦେଖି ଖୁସି ଥିବା ସହ କିଛି ଆଶ୍ଚର୍ଯ୍ୟ ହୋଇଛନ୍ତି । ଇନ୍‌ଷ୍ଟାରେ ସେଲିନା କାନ୍ ଫିଲ୍ମ ଫେଷ୍ଟିଭାଲର କିଛି ଫଟୋ ସେୟାର କରିଥିଲେ । ଫଟୋ କ୍ୟାପ୍‌ସନ ରଖି ଶେଷରେ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଲେଖିିଥିଲେ ।

eonline.com

ସହ-କଳାକାର ବିଲ ମୁରେଙ୍କ ସହ ଫଟୋ ସେୟାର କରି, ପ୍ରଥମ ଥର କାନ୍ ଆସିଛି । ଏହି ଫିଲ୍ମ ସହ ଜଡ଼ିତ ଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁଛି । ଏଇଠି କହି ରଖିବାକୁ ଚାହୁଁଛି, ମୁଁ ଏବଂ ବିଲ ମୁରେଙ୍କ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛୁ ବୋଲି ଲେଖିଥିଲେ ସେଲିନା । ତାଙ୍କର ଏଭଳି ପୋଷ୍ଟ ଦେଖି ତୁମେ ଥଟ୍ଟା କରୁଛ ବୋଲି ଲୋକେ ପଚାରୁଥିବା ବେଳେ କିଛି ଲୋକ ଭଲ ଯୋଡ଼ି ହେବ ବୋଲି କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର