କର ଆଦାୟ ନାମରେ ଠକାମିର ଶିକାର ହେଲେ ଅଭିନେତ୍ରୀ

ନୂଆଦିଲ୍ଲୀ : ଆୟକର ଆଦାୟକୁ ନେଇ ଠକାମିର ଶିକାର ହୋଇଥିଲେ ଅଭିନେତ୍ରୀ ଇଶା ସର୍‌ଭାନି । ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ଦିଲ୍ଲୀ ପୁଲିସ ୩ଜଣ ନକଲି ଆୟକର ବିଭାଗ ଅଧିକାରୀଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି । ଦିଲ୍ଲୀରେ ଥିବା ଏହି ଗ୍ୟାଙ୍ଗ୍‌ ଅଷ୍ଟ୍ରେଲିଆନ୍‌ ନାଗରିକମାନଙ୍କୁ ଟାର୍ଗେଟ କରୁଥିବା ବେଳେ ସେମାନଙ୍କ ଟାର୍ଗେଟର ଶିକାର ହୋଇଥିଲେ ଅଷ୍ଟ୍ରେଲିଆରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଇଶା ସର୍‌ଭାନି ।

Image result for 3-arrested-for-call-duping-bollywood-actress-isha-sharvani-in-australia
Times of India

ସୂଚନା ମୁତାବକ, ଇଶାଙ୍କୁ ଫୋନ କରି ୩ଜଣ ଅଧିକାରୀ କୈନ୍‌ବେରାର ଆୟକର ବିଭାଗ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଯାହା ପରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନେଣଦେଣରେ ସମସ୍ୟା ଥିବା କହି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଇଶାଙ୍କୁ ଡ଼ରାଇଥିଲେ ୩ଜଣ ଅଭିଯୁକ୍ତ । ବିଭିନ୍ନ କାରଣ କହି ଡ଼ରାଇବା ସହ ଇଶାଙ୍କ ଆକାଉଣ୍ଟରୁ ୩ଲକ୍ଷ ଟଙ୍କା ନେଇ ଯାଇଥିଲେ । ଫୋନ ରଖିବାର କିଛି ସମୟରେ ଇଶାଙ୍କ ପାଖକୁ ଆଉ ଏକ ଫୋନ ଆସିଥିଲା । ଆପଣଙ୍କ ଟଙ୍କା ଏକ ଆତଙ୍କବାଦୀ ଗ୍ରୁପ୍‌ର ଆକାଉଣ୍ଟକୁ ଚାଲି ଯାଇଛି ବୋଲି କହିବା ପରେ ଠକାମିର ଶିକାର ହୋଇଥିବା ବିଷୟରେ ଜାଣି ପାରିଥିଲେ ଇଶା । ଯାହା ପରେ ଇଶା ଏ ନେଇ ପୁଲିସରେ ଅଭିଯୋଗ କରିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।

ସମ୍ବନ୍ଧିତ ଖବର