ଏହି ୩ ବଲିଉଡ଼ କଳାକାର ଘରର ଚାକରାଣୀ ସହ ରଖିଥିଲେ ଶାରୀରିକ ସଂପର୍କ !

ନିଜ ଫିଲ୍ମ ବା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ କଳାକାର । ବିବାହ ପରେ ଅନ୍ୟ ମହିଳା ସହ ଅନୈତିକ ସଂପର୍କ ହେଉ ବା ଘରେ କାମ କରୁଥିବା ଚାକରାଣୀ ସହ ଶାରୀରିକ ସଂପର୍କ ହେଉ ଏମିତି ଅନେକ ଘଟଣା ବଲିଉଡ଼୍‍ରେ ବିଗତ ଅତୀତରେ ଘଟି ସାରିଛି । ବିଗତ ଅତୀତରେ ବଲିଉଡ଼୍‍ କଳାକାରମାନେ ଏମିତି କିଛି କରିଥିଲେ, ଯାହା ପାଇଁ ବଲିଉଡ଼୍‍ ଇଣ୍ଡଷ୍ଟ୍ରୀକୁ ଅପମାନ ସହିବାକୁ ପଡ଼ିଥଲା । କିଛି ଆଗଧାଡ଼ିର କଳାକାରମାନେ ପରଦା ଉପରେ ଗୋଟେ ରୂପରେ ଆସୁଥିବା ବେଳେ ଅସଲ ଜୀବନରେ ସେମାନଙ୍କର ଚରିତ୍ର କେମିତି ତାହା ସେମାନେ ଜଣାଇଥିଲେ । ଆଜି ଆମେ ୩ଜଣ ବଲିଉଡ଼ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଘରର ଚାକରାଣୀ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ।
୧. ସାଇନି ଆହୁଜା: ୨୦୦୯ରେ କିଛି ଏମିତି ଘଟିଥିଲା, ଯାହା ବିଷୟରେ ଜାଣି ପୂରା ବଲିଉଡ଼୍‍ ସ୍ତବ୍ଧ ହୋଇ ଯାଇଥିଲା । ସେ ସମୟରେ ବଲିଉଡ଼୍‍ର ଲୋକପ୍ରିୟ କଳାକାର ଭାବେ ଜଣା ଯାଉଥିବା ସାଇନି ଆହୁଜା ନିଜ ଘରର ଚାକରାଣୀ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସାଇନିଙ୍କ ପୂରା ଫିଲ୍ମ କ୍ୟାରିୟର ମାଟିରେ ମିଶି ଯାଇଥିଲା । କିଛି ବର୍ଷ ଜେଲରେ ରହି ବାହାରକୁ ଆସିବା ପରେ ମଧ୍ୟ ତାଙ୍କୁ ବଲିଉଡ଼୍‍ରେ କୌଣସି କାମ ମିଳି ନଥିଲା ।

BollywoodShaadis.com

୨. ଆଦିତ୍ୟ ପାଞ୍ଚୋଲି: କିଛି ବର୍ଷ ତଳେ ପୂଜା ବେଦୀ ନିଜ ଘରର ଚାକରାଣୀ ସହ ହୋଇଥିବା ଦୁଷ୍କର୍ମ ବିୟେରେ ସର୍ବସମ୍ମୁଖରେ ଜଣାଇଥିଲେ । ଆଦିତ୍ୟ ପାଞ୍ଚୋଲି ତାଙ୍କ ଘରକୁ ଆସି ନାବାଳିକା ଚାକରାଣୀ ସହ ଦୁଷ୍କର୍ମ କରିଥିଲେ ବୋଲି ସେ ଅରୋପ ଲାଗାଇଥିଲେ । ଅନ୍ୟ ପକ୍ଷରେ ଆମ ଭିତରେ ଯାହା ବି ହୋଇଥିଲା ତା’ହା ଦୁଇ ଜଣଙ୍କ ଇଚ୍ଛାରେ ହୋଇଥିଲା ବୋଲି କହି ନିଜର ମତ ରଖିଥିଲେ ଆଦିତ୍ୟ ପାଞ୍ଚୋଲି ।

rochakpost.com

୩. ଓମ୍‌ ପୁରୀ: ଓମ୍‌ ପୁରୀଙ୍କ ଧର୍ମପତ୍ନୀ ଓମ୍‌ ପୁରୀଙ୍କ ଉପରେ ଏକ ବହି ଲେଖିଥିଲେ । ଯେଉଁଥିରେ ଓମ୍‌ ପୁରୀ ୧୪ବର୍ଷର ହୋଇଥିବା ବେଳେ ତାଙ୍କ ଘରେ କାମ କରୁଥିବା ୫୫ବର୍ଷୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଓମ୍‌ ପୁରୀଙ୍କ ତାହା ପ୍ରଥମ ପ୍ରେମ ଥିଲା ବୋଲି ଉଲ୍ଲେଖ କରିଛନ୍ତି ଓମ୍‌ ପୁରୀଙ୍କ ଧର୍ମପତ୍ନୀ ।

rochakpost.com
ସମ୍ବନ୍ଧିତ ଖବର