ଅସଦାଚରଣର ଶିକାର ହୋଇଥିଲେ ପ୍ରୀତି, ବୟଫ୍ରେଣ୍ଡ ବିରୋଧରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ୨୦୧୪ରେ ତାଙ୍କର ଏକ୍ସ ବୟଫ୍ରେଣ୍ଡ ନେସ ଓ୍ଵାଡିୟାଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ କରିଥିଲେ। ପ୍ରୀତିଙ୍କୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ ୨୦୧୪ ମସିହା ଆଇପିଏଲ ସମୟରେ ଅସଦାଚରଣ କରିବା ସହିତ ଧକମପୂର୍ଣ୍ଣ କଥା କହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ମଙ୍ଗଳବାର ୫୦୦ରୁ ଅଧିକ ପେଜ୍‌ର ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହି ମାମଲାରେ ପ୍ରମାଣ ସ୍ୱରୂପ ପ୍ରୀତି ୪ଟି ଫଟୋ ମଧ୍ୟ ଦେଇଛନ୍ତି। ଯେଉଁଥିରେ ଏକ୍ସବୟଫ୍ରେଣ୍ଡ ତାଙ୍କ ହାତ ଟାଣୁଥିବା ଦେଖିବାକୁ ମିଳୁଛି। ପ୍ରୀତି କହିଥିଲେ ନେସ୍‌ ତାଙ୍କ ହାତରେ ଏତେ ଜୋରରେ ଜାବୁଡି ଧରିଥିଲେ ଯେ, ହାତରେ ଆଘାତ ମଧ୍ୟ ଲାଗିଥିଲା।

ପ୍ରୀତି ଅଭିଯୋଗ ଆଣି କହିଥିଲେ, ‘ମ୍ୟାଚ ସମୟରେ ଟିକେଟ ଡିଷ୍ଟ୍ରିବ୍ୟୁସନ୍‌ ଚାଲୁଥିବା ବେଳେ ନେସ୍‌ ଦଳର ସଦସ୍ୟଙ୍କ ସହ ଦୁର୍ବ୍ୟବହାର କରିବା ସହ ମୋ ସହ ଅସଦାଚରଣ କରିଥିଲେ।’

ଏହି ଘଟଣା ସମୟରେ ପ୍ରୀତିଙ୍କ ସ୍ୱାମୀ ଜିନ ଗୁଡଏନ୍‌ଫ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେ ଇମେଲ ଜରିଆରେ ପୁଲିସ ସମ୍ମୁଖରେ ନିଜର ବୟାନ ରେକର୍ଡ କରାଇଥିଲେ। ଗୁଡଏନ୍‌ଫ ପ୍ରୀତିଙ୍କୁ ସମର୍ଥନ କରି ପୁଲିସକୁ କହିଥିଲେ, ନେସ ପ୍ରୀତିଙ୍କ ହାତକୁ ଜୋରଜବରଦସ୍ତି ଟାଣିବାକୁ ଲାଗିଥିଲା। ମୁଁ ନେସ୍‌ଙ୍କୁ ଏଥିରୁ ନିବୃତ୍ତ ରହିବାକୁ ବି କହିଥିଲି। କିନ୍ତୁ ସେ ମୋର କୌଣସି କଥା ଶୁଣି ନଥିଲେ।

ସମ୍ବନ୍ଧିତ ଖବର