ଏହି ୫ ବଲିଉଡ୍‌ କଳାକାର ଏଭଳି ଭାବରେ ଖର୍ଚ୍ଚ କରିଥିଲେ ସେମାନଙ୍କ ପ୍ରଥମ ଆୟ

ସବୁ ମଣିଷ ନିଜର ପ୍ରଥମ ଆୟକୁ ନେଇ ବହୁତ ଖୁସି ହୋଇଥାଏ । ସେ ଅଧିକ ହେଉ ବା କମ ସମସ୍ତଙ୍କ ମନରେ ନିଜ ପ୍ରଥମ ଆୟକୁ କିପରି ଖର୍ଚ୍ଚ କରିବେ ସେ ନେଇ ସେମାନେ ଆଗରୁ ଯୋଜନା ବନାଇଥାନ୍ତି । ଏମିତିରେ ଯଦି ଆମେ କିଛି ବଲିଉଡ୍‌ କଳାକାରଙ୍କ ବିଷୟରେ କଥା ହେବା ସେମାନେ ନିଜର ପ୍ରଥମ ଆୟକୁ ଏଭଳି ଭାବରେ ଖର୍ଚ୍ଚ କରିଥିଲେ ।
୧. ପ୍ରଥମେ କଥା ହେବା ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ । ଯିଏ ଏବେ ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ ନିଜର ସ୍ଥାନ ବନାଇ ପାରିଛନ୍ତି । ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ପ୍ରଥମ ଆୟ ଥିଲା ୫ହଜାର ଟଙ୍କା । ପ୍ରିୟଙ୍କା ନିଜର ପ୍ରଥମ ଆୟକୁ ଖର୍ଚ୍ଚ ନ କରି ସିଧା ଯାଇ ତାକୁ ତାଙ୍କ ମା’ଙ୍କ ହାତରେ ଦେଇଥିଲେ ।

MT Wiki – Blogger

୨. ବଲିଉଡ୍‌ ଅଭିନେତ୍ରୀ ରିଚ୍ଚା ଚଢ଼ା ୧୨ବର୍ଷ ବୟସରୁ ଆୟ କରିବା ଆରମ୍ଭ କରିଥିଲେ । ଛୋଟ ବେଳୁ ସେ ଭଏସ ଓଭର ଦେବା ଆରମ୍ଭ କରିଥିଲେ, ଯାହା ପାଇଁ ତାଙ୍କୁ ୨୦୦ଟଙ୍କା ମିଳିଥିଲା । ଯାହାକୁ ନେଇ ସେ ଖର୍ଚ୍ଚ କରିବା ପରିବର୍ତ୍ତେ ନିଜ ବାପାଙ୍କୁ ଦେଇଥିଲେ ।

justbollywood.in

୩. ବଲିଉଡ୍‌ରେ ଫିଲ୍ମ କରି କାହାର ସେତେଟା ମନ ଜିଣି ପାରି ନଥିବା ଅର୍ଜୁନ କପୁର ୧୮ବର୍ଷ ବୟସରେ ୩୫ହଜାର ଟଙ୍କା ଆୟ କରିଥିଲେ । ଏହି ଟଙ୍କା ଦ୍ୱାରା ସେ ଫିଲ୍ମ ‘କଲ ହୋ ନା ହୋ’ର ନିର୍ଦ୍ଦେଶକଙ୍କୁ ସାହାଯ୍ୟ କରିଥିଲେ ।

HuffPost India

୪. ୧୪ବର୍ଷ ବୟସରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏକ ଫଟୋସୁଟ୍‌ କରି ଆୟ କରିଥିବା ଟଙ୍କାରେ ନିଜ ମନ ପସନ୍ଦର ଏକ ବ୍ୟାଗ୍‌ କିଣିଥିଲେ ।

Hindustan Times

୫. ଫିଲ୍ମ ‘ସରବ୍‌ଜିତ୍‌’ ମାଧ୍ୟମରେ ସମସ୍ତଙ୍କ ମନ କିଣିଥିବା ରଣଦୀପ ହୁଡ଼୍‍ଡ଼ା ଅଷ୍ଟ୍ରେଲିଆରେ ଏକ ଅଟୋ ସଫା କରି ପ୍ରଥମେ ଆୟ କରିଥିଲେ । ଏଥିପାଇଁ ତାଙ୍କୁ ୪୦ଡ଼ଲାର ମିଳିଥିବା ବେଳେ ଏହି ଟଙ୍କାକୁ ନେଇ ସେ ଏକ ଜାର କିଣିଥିଲେ ।

BollywoodCat.com
ସମ୍ବନ୍ଧିତ ଖବର