ଏହି ୬ଟି ଭାରତୀୟ ବିବାହ ଥିଲା ସବୁଠାରୁ ମହଙ୍ଗା, ଜାଣନ୍ତୁ କିଏ ଥିଲେ ବର ଓ କିଏ କନ୍ୟା ?

ସମସ୍ତେ ନିଜ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣେଇଥାନ୍ତି । କିଛି ଲୋକ ଦେଶ ମଧ୍ୟରେ ବିବାହ କରୁଥିବା ବେଳେ କିଛି ଲୋକ ଦେଶ ବାହାରକୁ ଯାଇ ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେବେ ଭାରତରେ ଏମିତି ୬ଟି ବିବାହ ହୋଇଛି, ଯାହା ସବୁଠାରୁ ମହଙ୍ଗା ହୋଇଥିବା ବେଳେ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି । ଆସନ୍ତୁ ନଜର ପକାଇବା ସେ ସବୁ ଚର୍ଚ୍ଚିତ ବିବାହ ଉପରେ….

୧.ଗୌରବ ଆଶୋମୁଲ ଏବଂ କାଜଲ ଫବିଆନି : ମ୍ୟାରିଗୋଲ୍ଡ କମ୍ପାନିର ସିଇଓ ଗୌରବ ଆଶୋମୁଲ ଏବଂ ତାଙ୍କ ସ୍ତ୍ରୀ କାଜଲ ଫବିଆନି ୨୦୧୧ରେ ବିବାହ କରିଥିଲେ । ଏହି ବିବାହଟି ମୋନାକୋରେ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ପାଇଁ ମୋନାକୋର ପ୍ରାୟ ସବୁ ହୋଟେଲ ବୁକ୍‌ କରାଯାଇଥିଲା । ୨୦୧୧ରେ ଏହି ବିବାହ ସବୁଠାରୁ ଚର୍ଚ୍ଚାରେ ରହିଥିଲା ।

viral.laughingcolours.com

୨. ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି : ନିଜ ବିବାହକୁ ଗୁପ୍ତ ରଖି ଇଟାଲୀରେ ବିବାହ କରିଥିଲେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ୍‌ ବିରାଟ କୋହଲି । ଭାରତରୁ ତାଙ୍କର ସମସ୍ତ ସଂପର୍କୀୟମାନେ ଇଟାଲୀର ତୁସ୍‌କାନିକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିର ଗୋଟେ ରାତି ରହଣି ପାଇଁ ଖର୍ଚ୍ଚ ହୋଇଥିଲା ଏକ କୋଟି ଟଙ୍କା । ୨୦୧୭ରେ ହୋଇଥିବା ଏହି ବିବାହ ସବୁଠାରୁ ମହଙ୍ଗା ଥିବା ବେଳେ ଏଥିରେ ବ୍ୟବହାର କରାଯାଇଥିବା ଢ଼ୋଲ, ଡ଼ିଜେ ଏବଂ ସେମାନଙ୍କ ପୋଷାକ ମଧ୍ୟ ମହଙ୍ଗା ଥିଲା ।

viral.laughingcolours.com

୩.ବିକ୍ରମ ଚତ୍‌ଓ୍ଵାଲ ଓ ପ୍ରିୟା : ଏକାଧାରରେ ଜଣେ ହୋଟେଲ ବ୍ୟବସାୟୀ ଏବଂ ଅଭିନେତା ବିକ୍ରମ ଚତ୍‌ଓ୍ଵାଲ୍‌ ୨୦୦୬ରେ ମଡ଼େଲ ପ୍ରିୟା ସଚ୍‌ଦେବାଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହକୁ ସାରା ବିଶ୍ୱରୁ ଅତିଥିମାନେ ପ୍ରାଇଭେଟ୍‌ ଜେଟ୍‌ ମାଧ୍ୟମରେ ଆସିଥିବା ବେଳେ ୨୦୦୬ରେ ତାଙ୍କ ବିବାହ ଚର୍ଚ୍ଚାର ପରିସରକୁ ଆସିଥିଲା ।

viral.laughingcolours.com

୪.ବନିଶା ମିତ୍ତଲ ଓ ଅମିତ୍‌ ଭାଟିଆ : ଷ୍ଟିଲ୍‌ କିଙ୍ଗ୍‌ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ହେଉଛନ୍ତି ବନିଶା ମିତ୍ତଲ । ସେ ୨୦୦୪ରେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଅମିତ୍‌ ଭାଟିଆଙ୍କୁ ଫ୍ରାନ୍ସରେ ବିବାହ କରିଥିଲେ । ସେମାନଙ୍କ ବିବାହରେ ବଲିଉଡ଼ର ଶୀର୍ଷ କଳାକାର ଶହାରୁଖ୍‌ ଖାନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ଜୁହି ଚାଓ୍ଵଲା ଓ ଅନ୍ୟମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

viral.laughingcolours.com

୫.ସୃଷ୍ଟି ମିତ୍ତଲ ଓ ଗୁଲରାଜ୍‌ : ଷ୍ଟିଲ୍‌ କିଙ୍ଗ୍‌ ଲକ୍ଷ୍ମୀ ମିତ୍ତଲଙ୍କ ଝିଆରୀ ହେଉଛନ୍ତି ସୃଷ୍ଟି ମିତ୍ତଲ । ସେ ଗୁଲ୍‌ରାଜ ବେହଲ୍‌ଙ୍କୁ ବିବାହ କରିଥିବା ବେଳେ ତାଙ୍କ ବିବାହ ବାର୍ସେଲୋନାରେ ଅନୁଷ୍ଠିତ ହୋଇଥିଲା । ବିବାହଟି ପାହାଡ଼ ଉପରେ କରାଯାଇଥିବା ବେଳେ ବିବାହର ସାଜସଜ୍ଜା ଖୁବ୍‌ ବିଳାସମୟ ହେବା ସହ ବ୍ୟବବହୁଳ ଥିଲା ।

viral.laughingcolours.com

୬. ସୁଶାନ୍ତ ରାୟଏବଂ ସୀମାନ୍ତ ରାୟ : ୨୦୦୪ରେ ଲକ୍ଷ୍ନୌର ସାହାରା ଅଡ଼ିଟୋରିୟମରେ ବିବାହ କରିଥିଲେ ସୁଶାନ୍ତ ରାୟ ଏବଂ ସୀମାନ୍ତ ରାୟ । ସେହି ବର୍ଷ ଏହା ଭାରତର ସବୁଠାରୁ ମହଙ୍ଗା ଏବଂ ଚର୍ଚ୍ଚିତ ବିବାହ ଥିଲା। ସେମାନଙ୍କ ବିବାହ ପାଇଁ ପୂରା ଅଡ଼ିଟୋରିୟମ ଟର୍ଚ୍ଚ ଲାଇଟ୍‌ ଏବଂ ଓ୍ଵାକ୍ସ ଲାଇଟ୍‌ରେ ପ୍ୟାଲେସ ଭଳି ସଜା ଯାଇଥିଲା ।

viral.laughingcolours.com
ସମ୍ବନ୍ଧିତ ଖବର