ଅମୀର୍‌ ଖାନ୍‌ କାହିଁକି ସୁନୀଲ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ମନା କରିଥିଲେ ?

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ଅମୀର୍‌ ଖାନ୍‌ ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ସଂଜୁ’ରେ କାହିଁକି କାମ କଲେନି ତାହାର ଏବେ ଖୁଲାସା ହୋଇଛି। ଅମୀର୍‌ ଖାନ୍‌ ଆଗରୁ ରାଜ କୁମାର ହିରାନୀଙ୍କ ଦୁଇଟି ସିନେମାରେ ଲଗାତାର କାମ କରିଥିଲେ। ଏ ଦୁଇଟି ସିନେମା ହେଲା ‘ଥ୍ରି ଇଡିଅଟସ୍‌’ ଏବଂ ‘ପି କେ’। ଏ ଦୁଇ ସିନେମାକୁ ବି ମିଳିଥିଲା ବିପୁଳ ବ୍ୟାବସାୟିକ ସଫଳତା।

 

ଏହାପରେ ନିର୍ମାତା- ନିର୍ଦ୍ଦେଶକ ରାଜ କୁମାର ହିରାନୀ ‘ସଂଜୁ’ ର କାମରେ ମନ ଦେଇଥିଲେ। ଏହା ହେଉଛି ଜଣାଶୁଣା ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର। ଏଥିରେ ସଂଜୟ ବନିଛନ୍ତି ଅଭିନେତା ରଣବୀର କପୁର। ସେଥିରେ ସଂଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ରାଜ କୁମାର ହିରାନୀ ଅମୀର ଖାନଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଅମୀର କାହାଣୀ ଏବଂ ଚରିତ୍ର ବି ଶୁଣିଥିଲେ। ହେଲେ ସେ ଏଥିରେ କାମ କରିବାକୁ ମନା କରିଥିଲେ ।

photo-india today

ଏହାର କାରଣ ହେଲା ଅମୀର୍‌ ‘ଦଙ୍ଗଲ’ ସିନେମାରେ ଜଣେ ବୟସ୍କ ବାପା ଭୂମିକାରେ ଅଭିନୟ କରି ସାରିଥିଲେ।  ଏଣୁ ପୁଣି ସେହି ଧରଣର ଭୂମିକା ନିଭାଇବାକୁ ଚାହୁଁ ନଥିଲେ । ଏଥିଲାଗି ସେ ମନା କଲେ ଏବଂ ତାପରେ ସୁନୀଲ ଦତ୍ତଙ୍କ ଭୂମିକାରେ ପରେଶ ରାଓ୍ଵଲଙ୍କୁ ନିଆ ଯାଇଥିଲା ।

ସମ୍ବନ୍ଧିତ ଖବର