ଅଡୁଆରେ ରାଜମୌଲୀଙ୍କ ‘ମହାଭାରତ’ : ଶ୍ରୀକୃଷ୍ଣଙ୍କ ଭୂମିକାରେ ଆମୀରଙ୍କ ଅଭିନୟ ନେଇ ପ୍ରଶ୍ନ ଉଠାଇଲେ ମୌଳବାଦୀ

ମୁମ୍ବାଇ: ମନୋରଞ୍ଜନ ପ୍ରେମୀଙ୍କ ପାଇଁ ଖୁସି ଖବର। ଗୋଟାଏ ପରଦାରେ କାମ କରିବେ ଦୁଇ ଦୁଇ ସୁପର୍‌ ଟ୍ୟାଲେଣ୍ଟେଡ୍‌। ବର୍ଷକୁ ଦର୍ଶକଙ୍କୁ ଅନ୍ତତଃ ଗୋଟାଏ ଲେଖାଏ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ବଲିଉଡ୍‌ ଷ୍ଟାର୍‌ ଆମୀର ଖାନଙ୍କ ସହ କାମ କରିବେ ‘ବାହୁବଳୀ’ ପରି ଐତିହାସିକ ଚଳଚ୍ଚିତ୍ରର ନିର୍ମାତା ଏସ୍‌ଏସ୍‌ ରାଜମୌଲୀ। ହସ୍ତଗତ ହୋଇଥିବା ଖବର ମୁତାବକ, ଚଳଚ୍ଚିତ୍ର ଆକାରରେ ଦର୍ଶକ ଦେଖିବାକୁ ପାଇବେ ମହାଭାରତର କାହାଣୀ। ଏହି ‘ମହାଭାରତ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏସ୍‌ଏସ୍‌ ରାଜମୌଲୀ। ଏଥିରେ କୃଷ୍ଣ ଭୂମିକାରେ ନଜର ଆସିବେ ଆମୀର ଖାନ୍ । ଜାଣିରଖନ୍ତୁ ଯେ ପୂର୍ବରୁ ଏକ ସାକ୍ଷାତକାରରେ ଆମୀର କହିଥିଲେ କି ସେ କୃଷ୍ଣଙ୍କ ଭୂମିକାରେ ଅବତୀର୍ଣ୍ଣ ହେଲେ ଖୁବ୍‌ ଖୁସି ହେବେ। ତେବେ, ଏହି ଚଳଚ୍ଚିତ୍ରଟି ନିର୍ମାଣ ଲାଗି ୧୦୦୦ କୋଟି ବ୍ୟୟ କରାଯିବ। ଏହାର ସହ-ପ୍ରଯୋଜକ ରହିବେ ମୁକେଶ ଅମ୍ବାନୀ।

ଉଲ୍ଲେଖଯୋଗ୍ୟ, ଆମୀର ଜଣେ ମୁସଲ୍‌ମାନ ହୋଇଥିବାରୁ ସେ କିପରି ହିନ୍ଦୁ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଅନେକ ଲୋକ ସମାଲୋଚନା କରିଛନ୍ତି। ଯାହାବି ହେଉ ଚଳଚ୍ଚିତ୍ର ସଂପର୍କରେ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା ହେଇନାହିଁ।

ସମ୍ବନ୍ଧିତ ଖବର