ଆମିର ଖାନଙ୍କ ‘ମହାଭାରତ’କୁ ନେଇ ଚାଲିଛି  ଟ୍ଵିଟରରେ  ଯୁଦ୍ଧ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟ୍‍ ଆମିର ଖାନଏବେ ହିନ୍ଦୁ ପୌରାଣିକ ସିନେମା ମହାଭାରତକୁ ପ୍ରସ୍ତୁତ କରି ବଲିଉଡକୁ ନୂତନ ଦିଗଦର୍ଶନ ଦେବା କାମରେ ଲାଗି ପଡ଼ିଛନ୍ତି। । ପୁର୍ବରୁ ସେ ବହୁ ସମୟରେ ବିଭିନ୍ନ ସାକ୍ଷାତକାରରେ ନିଜ ଡ୍ରିମ ପ୍ରୋଜେକ୍ଟର କଥା କହି ଆସୁଥିଲେ ହେଁ ଫିଲ୍ମ ନିର୍ମାଣ କରିବା ସକାଶେ ବଜେଟକୁ ନେଇ ଚିନ୍ତିତ ରହୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି । ତେବେ ଏହି ସିନେମା ନିର୍ମାଣ ହେବା ଆଗରୁ ବିବାଦରେ ଫସିଛନ୍ତି ଆମିର ଖାନ୍‌।

 

ସେ ଜଣେ ମୁସଲମାନ୍‌ ହୋଇ କିପରି ହିନ୍ଦୁ ଧର୍ମର ମହା ପୁରାଣ ଉପରେ ସିନେମା ତିଆରି କରୁଛନ୍ତି ବୋଲି ଟ୍ଵିଟରରେ କେତେକ ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପଲଟିକାଲ୍‌ ରାଇଟର୍‌ ଫ୍ରେଙ୍କାଇସ୍‌ ଗତିୟର୍‌। ଆହୁରି ଅନେକ ଲୋକ ବି ଏହାକୁ ନାପସନ୍ଦ କରିଛନ୍ତି। ଏହି ଘଟଣାକୁ ନେଇ ଟ୍ଵିଟରରେ ଯୁଦ୍ଧ ଚାଲିଛି।
ଏଠାରେ ସୂଚନାଯୋଗ୍ୟ ଯେ ମହାଭାରତପାଇଁ ଏସିଆର ବଡ ଧନୀ ମୁକେଶ ଅମ୍ବାନୀ, ଆମିରଙ୍କୁ ୧୦୦୦ କୋଟି ଟଙ୍କା ଦେବା ସହ ଫିଲ୍ମର ସହ-ପ୍ରଯୋଜକ ଭାର ନେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

ମହାଭାରତରେ କେଉଁ ଚରିତ୍ରଟି ପସନ୍ଦ ପ୍ରଶ୍ନରେ ସେ ମହାରଥୀ କର୍ଣ୍ଣ, ଅର୍ଜ୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ନାଁ ନେଇଥିଲେ । ରିପୋର୍ଟ ଅନୁସାରେ ମହାଭାରତ ଚଳଚ୍ଚିତ୍ରକୁ ଅନ୍ୟ ନିର୍ମାତାଙ୍କ ଦ୍ୱାରା ୩ ରୁ ୫ ଭାଗରେ ନିର୍ମାଣ କରାଯିବ । ବିଦେଶରେ ରହୁଥିବା ଲୋକମାନେ ଭାରତର ଐତିହ୍ୟକୁ ଜାଣିବା ପାଇଁ ଉତ୍ସାହିତ ଥିବାରୁ ଫିଲ୍ମକୁ ଭାରତ ବାହାର ପ୍ରେକ୍ଷାଳୟରେ ମଧ୍ୟ ରିଲିଜ କରିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର