ଅମୀର ଖାନ୍‌ଙ୍କର ପୂର୍ବ ପତ୍ନୀ ଓ ଏବେକାର ପତ୍ନୀଙ୍କ ଭିତରେ ତାଳମେଳ ବହୁତ ଭଲ !

ମୁମ୍ବାଇ: ବଲିଉଡ଼୍‍ର ମିଷ୍ଟର ପର୍‌ଫେକସନିଷ୍ଟ୍‍ ଅମୀର ଖାନ୍‌ ଦୁଇ ଥର ବିବାହ କରିଛନ୍ତି। ଏକଥା ସମସ୍ତଙ୍କୁ ଜଣା,ହେଲେ ତାଙ୍କର ପୂର୍ବ ପତ୍ନୀ ଓ ଏବେକାର ପତ୍ନୀ ଯେ ଦୁଇ ବାନ୍ଧବୀ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି,ତାହା ଜଣେ ସ୍ୱଚକ୍ଷୁରେ ଦେଖିଲେ ବି ସହଜରେ ବିଶ୍ୱାସ କରି ପାରିବେନି। କିନ୍ତୁ ଏଭଳି ଏକ ଘଟଣା ଘଟିଛି ନିକଟରେ।

ମୁମ୍ବାଇରେ ପାନି ଫାଉଣ୍ଡେସନ୍‌ର ଲଞ୍ଚ  ଅବସରରେ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ।ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି ଓ ରତନ ଟାଟା ଉପସ୍ଥିତ ଥିଲେ ବି ସମସ୍ତଙ୍କ ଦୃଷ୍ଟିର ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଥିଲେ ଅମୀର୍‌ ଖାନ୍‌ ଓ ତାଙ୍କର ଦୁଇ ପତ୍ନୀ ରୀନା ଦତ୍ତ ଓ କରଣ ରାଓ। ଏହି ଲଞ୍ଚ ପାର୍ଟିରେ ଅମୀରଙ୍କ ପୂର୍ବ ପତ୍ନୀ ରୀନା ଓ ଦ୍ୱିତୀୟ ପତ୍ନୀ କରଣଙ୍କ ଭିତରେ ବହୁତ ଭଲ ତାଳମେଳ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ସେ ଦୁହେଁ ସେଠାରେ ସାଙ୍ଗ ହୋଇ ଅମୀର ଖାନ୍‌ଙ୍କ ସହିତ ମଧ୍ୟ ସମୟ ବିତାଇଥିଲେ।

photo-amarujala

ରୀନା ଓ କରଣଙ୍କୁ ଦେଖି ଲାଗୁ ନଥିଲା ଯେ ସେ ଦୁହେଁ ସଉତୁଣୀ,ବରଂ ଅନୁଭୂତ ହେଉଥିଲା ସତେ ଯେମିତି ଦୁହେଁ ପୁରୁଣା ବାନ୍ଧବୀ। ଅମୀର ଖାନ୍‌ ଜଳ ସଚେତନତା ସୃଷ୍ଟି କରିବା ଲାଗି ପାନି ଫାଉଣ୍ଡେସନ୍‌ ନାମକ ସଂସ୍ଥା ପ୍ରତିଷ୍ଠା କରିଛନ୍ତି।ଏଥିରେ ଯୋଗ ଦେବା ପାଇଁ ଅମୀର ରୀନାଙ୍କୁ ଆମନ୍ତ୍ରଣ କରିଥିଲେ ଓ ନିମନ୍ତ୍ରଣ ରକ୍ଷା କରି ସେ ବି ସେଠାକୁ ଆସିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ରୀନା ଦତ୍ତ ଅମୀର ଖାନ୍‌ଙ୍କ ସହିତ ୧୬ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଛାଡ଼ପତ୍ର ଦେଇଥିଲେ। ୨୦୦୫ରେ ଅମୀର୍‌ କିରଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଅମୀର-କିରଣ ତେରବର୍ଷ ଧରି ସୁଖୀ ଦାଂପତ୍ୟ ଜୀବନ ବିତାଉଛନ୍ତି ଓ ସେମାନଙ୍କର ଏକ ପୁଅ ଆଜାଦ୍‌ ଅଛନ୍ତି।

ସମ୍ବନ୍ଧିତ ଖବର