ଅବ୍‌ବାସ-ମସ୍ତାନ୍‌ଙ୍କ ଏହି ସୁପରହିଟ୍‌ ସିନେମାକୁ ହାତଛଡ଼ା କରିଥିଲେ ଅକ୍ଷୟ କୁମାର

ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଯେଉଁ ସିନେମାରେ କାମ କରୁଛନ୍ତି ତାହା ହିଟ୍‌ ହେଉଛି। ହେଲେ ଅତୀତରେ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ରେ ଏମିତି କେତେକ ଫିଲ୍ମକୁ ଅକ୍ଷୟ କୁମାର ହାତଛଡ଼ା କରିଛନ୍ତି ଯାହ ସୁପରହିଟ୍‌ ହୋଇଛି। ସେଥିଭିତରୁ ଦୁଇଟିର ନିର୍ଦ୍ଦେଶକ ଥିଲେ ଅବ୍‌ବାସ-ମସ୍ତାନ୍‌ । ଅକ୍ଷୟ ଏହି ହିଟ୍‌ ଯୋଡ଼ିଙ୍କ ସହ ଖିଲାଡି,ଏତରାଜ୍‌.ଅଜନବୀ ଭଳି ଫିଲ୍ମରେ କାମ କରିଛନ୍ତି।
ଆସନ୍ତୁ ଜାଣିବା ଅବ୍‌ବାସ-ମସ୍ତାନ୍‌ଙ୍କ କେଉଁ ସୁପରହିଟ୍‌ ସିନେମାକୁ ହାତଛଡ଼ା କରିଥିଲେ ଅକ୍ଷୟ କୁମାର

 


ବାଜିଗର୍‌: ହିଟ୍‌ ଯୋଡ଼ି ଅବ୍‌ବାସ-ମସ୍ତାନ୍‌ ବ୍ଲକବଷ୍ଟର ମୁଭି ‘ବାଜିଗର୍‌’ ରେ ଶାହାରୁଖ୍‌ ଖାନ୍‌ ନିଭାଇଥିବା ଭୂମିକା ଲାଗି ପ୍ରଥମେ ଅକ୍ଷୟ କୁମାରଙ୍କୁ ଆପ୍ରୋଚ୍‌ କରିଥିଲେ । କିନ୍ତୁ ନେଗେଟିଭ୍‌ ରୋଲ୍‌ କରିବେ ନାହିଁ ବୋଲି କହି ଅକ୍ଷୟ ଉକ୍ତ ସିନେମା ଛାଡ଼ିଥିଲେ ।
ରେସ୍‌ : ସୁପର ହିଟ୍‌ ଫିଲ୍ମ ‘ରେସ୍‌’ରେ ସୈଫ୍‌ ଅଲ୍ଲୀ ଖାନ୍‌ ଯେଉଁ ଭୂମିକା ନିଭାଇଥିଲେ, ସେହି ଚରିତ୍ର ପାଇଁ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ-ମସ୍ତାନ୍‌ ପ୍ରଥମେ ଅକ୍ଷୟ କୁମାରଙ୍କୁ ଅଫର୍‌ ଦେଇଥିଲେ । କିନ୍ତୁ ସେ ମନା କରିଥିଲେ । ପରେ ସୈଫ୍‌ଙ୍କୁ ‘ରେସ୍‌’ରେ ନିଆ ଯାଇଥିଲା ।

ସମ୍ବନ୍ଧିତ ଖବର