ସଲମାନଙ୍କୁ ନେଇ ଅଭିଜିତ୍‌ଙ୍କ ବୟାନ; ରାଗରେ ଅରିଜିତ୍‌ଙ୍କ ଗୀତକୁ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କୁ ଗାଇବାକୁ ଦେଲ, ମୋ ସହ ସେଭଳି କଲେ……

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍‌ ଭଟ୍ଟାଚାର୍ଯ୍ୟ ସବୁବେଳେ ନିଜର ସୁମଧୁର ଗୀତ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ । କଣ୍ଠଶଳ୍ପୀ ଅରିଜିତ୍‌ ସିଂହଙ୍କ ଉପରେ ରାଗ ଥିବାରୁ ସଲମାନ ନିଜ ଫିଲ୍ମର ଗୀତ ତାଙ୍କ ହାତରୁ ନେଇ ଜଣେ ପାକିସ୍ତାନୀ କଣ୍ଠଶିଳ୍ପୀକୁ ଦେଇଥିଲେ । ସଲମାନଙ୍କ ଏଭଳି କାମକୁ ସମାଲୋଚନା କରି କଣ୍ଠଶିଳ୍ପୀ ଅଭିଜିତ୍‌ ଦେଇଥିବା ବୟାନ ଏବେ ଆଲୋଚନାର ବିଷୟ ପାଲଟିଛି ।

Related image
avenuemail.in

ସୂଚନା ମୁତାବକ, ଅଭିଜିତ୍‌ ଭଟ୍ଟାଚାର୍ଯ୍ୟ ଇଣ୍ଡିଆ ଟୁଡେର ସଫାଇଗିରି ଆଓ୍ଵାର୍ଡସ୍‌ ୨୦୧୯ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ପାକିସ୍ତାନୀ କଣ୍ଠଶିଳ୍ପୀ ଓ ବଲିଉଡ୍‌ କଳାକାରଙ୍କୁ ନେଇ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁଯାୟୀ, ସାମାନ୍ୟ କାରଣ ପାଇଁ ସଲମାନ ଅରିଜିତ୍‌ଙ୍କ ଠାରୁ ଗୀତ ନେଇ ଜଣେ ପାକିସ୍ତାନୀ କଣ୍ଠଶିଳ୍ପୀକୁ ଗାଇବାକୁ ଦେଇଥିଲେ । ସୋନୁ ନିଗମଙ୍କ ସହ ମଧ୍ୟ ସେ ତାହା କରିଥିଲେ, ଯାହା ସବୁଠାରୁ ଖରାପ ଥିଲା । ଯଦି ସାହାସ ଅଛି ତ ମୋତେ କୌଣସି ଗୀତ ଗାଇବାକୁ କହି ଦେଖ ବା ମୋର କୌଣସି ଗୀତ ପାକିସ୍ତାନୀଙ୍କ ଦ୍ୱାରା ଡବ୍‌ କରାଅ । ସେତେବେଳେ ମୁଁ ଗୋଟେ କୁରାଢ଼ୀ ଆଣି ନିଜ ଗୋଡ଼କୁ ଆକ୍ରମଣ କରିବି । ତାଙ୍କର ଏଭଳି ଜବାବ ସମସ୍ତଙ୍କୁ କିଛି ସମୟ ପାଇଁ ହସାଇଥିଲେ ମଧ୍ୟ ସଲମାନଙ୍କ ବ୍ୟବହାରକୁ ନେଇ ସେ କେତେ ରାଗିଛନ୍ତି, ତାହା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର