ରଣବୀର କପୁର ଓ ଅଜୟ ଦେବଗନଙ୍କସହ କାମ କରିଥିବା ଏହ ନୃତ୍ୟଶିଳ୍ପୀଙ୍କ ଆତ୍ମହତ୍ୟା !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଡ୍ୟାନ୍ସର ଅଭିଜିତ୍‌ ସିନ୍ଦେଙ୍କର ମୁମ୍ବାଇଠାରେ ପରଲୋକ ଘଟିଛି। ଅଭିଜିତ୍‌ ସିନ୍ଦେ ଏଭଳି ଜଣେ ନାମୀ ନୃତ୍ୟଶିଳ୍ପୀ ଯିଏ କି ରଣବୀର କପୁର ଓ ଅଜୟ ଦେବଗନଙ୍କ ଭଳି ଆଗ ଧାଡିର ନାୟକମାନଙ୍କ ସହ ନୃତ୍ୟ କରିଛନ୍ତି।
୩୨ ବର୍ଷ ବୟସ୍କ ଏହି ଲୋକପ୍ରିୟ ଡ୍ୟାନ୍ସରଙ୍କ ମୃତ ଦେହ ତାଙ୍କର ମୁମ୍ବାଇ ବାସଭବନରୁ ଉଦ୍ଧାର କରାଯାଇଛି। କୁହାଯାଉଛି ଯେ ଅଭିଜିତ୍‌ ସିନ୍ଦେ ଗତ କିଛି ଦିନ ଧରି ଘୋର ଅବସାଦ ଭିତରେ ରହିଥିଲେ। ଆହୁରି ମଧ୍ୟ କୁହାଯାଉଛି ଯେ ଅଭିଜିତଙ୍କୁ ତାଙ୍କ ପତ୍ନୀ ପ୍ରାୟ ତିନି ମାସ ତଳେ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ସ୍ତ୍ରୀ ଅଭିଜିତ୍‌ ନିଜ ଝିଅକୁ ମଧ୍ୟ ଭେଟିବାର ସୁଯୋଗ ଦେଉ ନଥିଲେ। ପତ୍ନୀ ତାଙ୍କୁ ଛାଡ଼ି ଚାଲିଯିବା ପରଠୁ ଅଭିଜିତ ମାନସିକ ଅବସାଦ ଭିତରେ ଜୀବନ ବିତାଉଥିଲେ। ଅଭିଜିତଙ୍କର ଏକ ଦୁଇ ବର୍ଷର ଝିଅ ଥିଲା।


ଅଭିଜିତ ସିନ୍ଦେ ଗତ ଗୁରୁବାର ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ପୁଲିସକୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ସେ ଉଲ୍ଲେଖ କରିଛନ୍ତି ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ଥିବା ସବୁ ଟଙ୍କା ଝିଅ ନାମରେ ଟ୍ରାନ୍ସଫର୍‌ କରାଯାଉ।
ଶବ ବ୍ୟବଚ୍ଛେଦ ପରେ ପୁଲିସ ଅଭିଜିତଙ୍କ ମୃତ ଦେହକୁ ଅଭିଜିତ ସିନ୍ଦେଙ୍କର ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର