ଗର୍ଭବତୀ ଅଛନ୍ତି ଐଶ୍ବର୍ଯ୍ୟା ରାୟ! ଅଭିଷେକଙ୍କ ଟୁଇଟ୍ ପରେ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ପୁଣି ଥ‌ରେ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଏକ ଟୁଇଟ୍ କରିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଟୁଇଟ୍ ପ‌ରେ ପରେ ଐଶ୍ବର୍ଯ୍ୟା ପୁଣି ଥରେ ମା’ ବନିବେ ବୋଲି ପ୍ରଶଂସକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

ଜାନୁଆରି ୨୧ତାରିଖ‌ ସକାଳ ସମୟରେ ହଠାତ୍ ଅଭିଷେକଙ୍କ ଟୁଇଟ୍ ଭାଇରାଲ ହୋଇଥିଲା। ଯେଉଁଥିରେ ଲେଖାଥିଲା, ଆପଣ ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ୍ ରହିଛି, ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ସେ ଏଭଳି ସରପ୍ରାଇଜ୍ ଦେବା କଥା କହିବା ପରେ ପ୍ରଶଂସକମା‌ନେ ଐଶ୍ବର୍ଯ୍ୟା ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ। ଏହା ସହ ଅଭିଷେକ ନିଜର ଆଗାମୀ ଫିଲ୍ମ ‘ଝୁଣ୍ଡ’ର ଟ୍ରେଲର ରିଲିଜ୍ ବିଷୟରେ ମଧ୍ୟ କହିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ପର୍ଯ୍ୟନ୍ତ ସରପ୍ରାଇଜ୍ କ’ଣ ତାହା ସ୍ପଷ୍ଟ ହୋଇନାହିଁ।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଐଶ୍ବର୍ଯ୍ୟାଙ୍କ ଗର୍ଭବତୀ ହେବା ଖବରକୁ ନେଇ ଚର୍ଚ୍ଚା ‌ହୋଇଥିଲା, ଯାହାକୁ ପରେ ଗୁଜବ ବୋଲି କହି ଉଭୟ ଐଶ୍ବର୍ଯ୍ୟା ଓ ଅଭିଷେକ ଗର୍ଭବତୀ ଥିବା ଖବରକୁ ମିଛ ବୋଲି କହିଥିଲେ। ୨୦୦୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ୨୦୧୧ରେ ତାଙ୍କ ଝିଅ ଅରାଧ୍ୟାର ଜନ୍ମ ହୋଇଥିଲା।

ସମ୍ବନ୍ଧିତ ଖବର