ଏହି ରୋଗରେ ପୀଡ଼ିତ ଥିବାରୁ ଜୟା ବଚ୍ଚନଙ୍କୁ କଥା କଥାରେ ଆସିଯାଏ ରାଗ

ମୁମ୍ବାଇ : ଅନେକ ବଡ଼ ବଡ଼ ଇଭେଣ୍ଟ ଏବଂ ବିବାହ ଭୋଜିରେ ନିଜ ପରିବାର ସହ ଯୋଗ ଦେଇଥାନ୍ତି ଅଭିନେତ୍ରୀ ଜୟା ବଚ୍ଚନ । କିନ୍ତୁ କ୍ୟାମେରାମ୍ୟାନ୍‌ ବା ରିପୋର୍ଟରଙ୍କୁ ଦେଖିବା ପରେ ସେ ତୁରନ୍ତ ରାଗିଯିବା ସହ ଅସହଜ ଅନୁଭବ କରିଥାନ୍ତି । ତାଙ୍କ ଏଭଳି ବ୍ୟବହାର ଅନେକଙ୍କୁ ଖରାପ ଲାଗିଥିବା ବେଳେ ଜଣେ ଅଭିନେତ୍ରୀ ହୋଇ ସେ ଏଭଳି ବ୍ୟବହାର କ’ଣ ପାଇଁ କରନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ପ୍ରଥମେ ତାଙ୍କର ଏଭଳି କରିବାର କାରଣ କେହି ଜାଣି ପାରୁ ନଥିବା ବେଳେ ଏବେ ପୁଅ ଅଭିଷେକ ସମସ୍ତଙ୍କ ଦ୍ୱନ୍ଦ୍ବ ଦୂର କରିଛନ୍ତି ।

indiatvnews.com

‘କଫି ଉଇଥ୍‌ କରଣ’ରେ ଯୋଗ ଦେଇ ଅଭିଷେକ ସମସ୍ତଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । କରଣ ତାଙ୍କୁ ଜୟା ବଚ୍ଚନଙ୍କ ରାଗିବା ପଛର କାରଣ ପଚାରିବା ପରେ, ମା’ କ୍ଲଷ୍ଟ୍ରୋଫୋବିକ୍‌ ରୋଗରେ ପୀଡ଼ିତ ବୋଲି କହିଥିଲେ ଅଭିଷେକ । ଯାହା ପାଇଁ ମା’ ହଠାତ୍‌ ଭିଡ଼ ଦେଖିଲେ ଚିନ୍ତାରେ ପଡ଼ି ଯାଆନ୍ତି । ବେଳେ ବେଳେ ରାଗି ମଧ୍ୟ ଯାଆନ୍ତି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର