ଭାଇରାଲ ହେଲା ଏସିଡ୍‌ ଆଟାକ୍‌ ଫାଇଟର ଲକ୍ଷ୍ମୀଙ୍କ ନୃତ୍ୟ, ଶ୍ରଦ୍ଧା କପୁର କଲେ ପୋଷ୍ଟ

ନୂଆଦିଲ୍ଲୀ: ବଲିଉଡ୍‌ରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଫାଇଟର ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଉପରେ ସିନେମା ନିର୍ମାଣ ହେଉଛି। ଏହି ସିନେମା କାରଣରୁ ପୁଣି ଥରେ ଲକ୍ଷ୍ମୀ ଚର୍ଚ୍ଚାରେ ରହିଛନ୍ତି। ଲକ୍ଷ୍ମୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ଲକ୍ଷ୍ମୀ ‘ବାଗି’ ସିନେମାର ଗୀତ ଛମ୍‌ଛମ୍‌ଛମ୍‌ ଉପରେ ନୃତ୍ୟ କରୁଥିବା ନଜର ଆସୁଛନ୍ତି। ଲକ୍ଷ୍ମୀଙ୍କ ଏହି ନୃତ୍ୟର ଭିଡିଓ ଶ୍ରଦ୍ଧା କପୁର ନିଜେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ଏଯାବତ ୨୧ଲକ୍ଷ ଲୋକ ଦେଖି ସାରିଲେଣି।

 

 

View this post on Instagram

 

????❤️ @thelaxmiagarwal

A post shared by Shraddha (@shraddhakapoor) on

ଲକ୍ଷ୍ମୀ ଅଗ୍ରଓ୍ଵାଲ ଜଣେ ଏସିଡ ଆଟାକ୍‌ ଫାଇଟର । ଲକ୍ଷ୍ମୀଙ୍କ ଉପରେ ନିର୍ଦ୍ଦେଶକ ମେଘନା ଗୁଲଜାର ସିନେମା ‘ଛପାକ’ ନିର୍ମାଣ କରୁଛନ୍ତି। ଏହି ସିନେମାରେ ଲକ୍ଷ୍ମୀଙ୍କ ଭୂମିକାରେ ଦୀପିକା ପାଦୁକୋନ୍‌ ନଜର ଆସିବେ। ଦୀପିକାଙ୍କ ନାମ ଏଥିରେ ମାଲତୀ ରଖାଯାଇଛି।

ଲକ୍ଷ୍ମୀ ସେହି ଝିଅ ଯାହାଙ୍କ ଉପରେ ୨୦୦୫ ମସିହାରେ ଏସିଡ୍‌ ଆକ୍ରମଣ କରାଯାଇଥିଲା। ଲକ୍ଷ୍ମୀଙ୍କୁ ୧୫ବର୍ଷ ବୟସ ହୋଇଥିବା ବେଳେ ଜଣେ ୩୨ବର୍ଷୀୟ ବ୍ୟକ୍ତିଙ୍କ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ହେଲେ ସେ ଏହାକୁ ଏଡାଇ ଦେଇଥିଲେ। ଫଳରେ ସେ ଏକଦା ସ୍କୁଲରୁ ଘରକୁ ଫେରିବା ପାଇଁ ବସ୍‌ଷ୍ଟପରେ ଛିଡା ହୋଇଥିବା ସମୟରେ ଉକ୍ତ ବ୍ୟକ୍ତି ତାଙ୍କ ଉପରକୁ ଏସିଡ୍‌ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର