ପୁଣି ତିଆରି ହେବ ମୋଦୀଙ୍କ ବାୟୋପିକ୍‌! ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

ମୁମ୍ବାଇ : ମେ’ ୨୦୧୯ରେ ରିଲିଜ୍‌ ହୋଇଥିଲା ମୋଦୀଙ୍କ ବାୟୋପିକ୍‌ ପିଏମ୍‌ ନରେନ୍ଦ୍ର ମୋଦୀ । ଅନେକ ବିବାଦ ପରେ ଫିଲ୍ମଟି ରିଲିଜ୍‌ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିବେକ ଓବରଏ । ଏବେ ପୁଣି ଥରେ ମୋଦୀଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । କିନ୍ତୁ ଏଥର ବିବେକ ନୁହନ୍ତି ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି ।

Image result for actor-akshay-kumar-may-play-the-role-of-pm-narendra-modi-in-an-upcoming-biopic
India Today

କେବଳ ଅକ୍ଷୟ ନୁହନ୍ତି, ଏହି ଫିଲ୍ମ ପାଇଁ ପରେଶ ରାଓ୍ଵଲ ଓ ଅନୁପମ ଖେର୍‌ଙ୍କୁ ମଧ୍ୟ ବିଚାରକୁ ନିଆଯାଇଥିବା ଜଣା ପଡ଼ିଛି । ତେବେ ୩ଜଣଙ୍କ ମଧ୍ୟରୁ କିଏ ଏହି ଫିଲ୍ମରେ ମୋଦୀଙ୍କ ଭୂମିକା ନିଭାଇବେ ତାହା ସ୍ପଷ୍ଟ ହୋଇ ନାହିଁ । ବିଶେଷ ସୁତ୍ରରୁ କୁହାଯାଇଛି କି, ପରେଶ ରାଓ୍ଵଲ ଓ ଅନୁପମ ଖେର୍‌ ଦୁହେଁ ଭଲ କଳାକାର ଏବଂ ମୋଦୀଜୀଙ୍କ ଅତ୍ୟନ୍ତ ପାଖ ଲୋକ । କିନ୍ତୁ ଅକ୍ଷୟ କୁମାର ଏହି ଫିଲ୍ମ ସହ ଯୋଡ଼ି ହେଲେ ଏହାର ଲୋକପ୍ରିୟତା ଅଧିକ ବଢ଼ିବ । ଫିଲ୍ମଟି ପୂର୍ବ ଫିଲ୍ମଠାରୁ ସଂପୂର୍ଣ୍ଣ ଭିନ୍ନ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର