‌ଗୋଡ଼ରେ ଅମିତାଭ ବଚ୍ଚନଙ୍କ ଚିତ୍ର ଆଙ୍କିଥିଲେ ଦିବ୍ୟାଙ୍ଗ, ଜାଣିବା ପରେ ୫୦,୦୦୦ଟଙ୍କା ଦେଇ କିଣିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡର ମହାନାୟକ ଭାବେ ଜଣାଶୁଣା ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଅଭିନୟ ସହ ନିଜର ଦୟାବାନ ହୃଦୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଥାଏ। ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ହେଉ ବା କୃଷି ଋଣ ସୁଝିବା ହେଉ, ଅନେକ ସମୟରେ ସେ ଅସହାୟ ଆଡ଼କୁ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି।

ବର୍ତ୍ତମାନ ପୁଣି ସେଭଳି କିଛି କାମ କରି ଚର୍ଚ୍ଚାରେ ରହିଛନ୍ତି ବିଗ୍‌ ବି। ଜଣେ ଦିବ୍ୟାଙ୍ଗର କଳାକୁ ଯେଉଁଭଳି ଭାବରେ ବିଗ୍‌ ବି ସମ୍ମାନ ଦେଇଛନ୍ତି, ତାହା ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ଜଣେ ଦିବ୍ୟାଙ୍ଗ ନିଜ ଗୋଡ଼ରେ ଅମିତାଭ ବଚ୍ଚନଙ୍କ ଚିତ୍ର ଆଙ୍କିବା ସହ ତାଙ୍କୁ ସେଇଟିକୁ ଉପହାର ଆକାରରେ ଦେବା ପାଇଁ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ଏହା ଦେଖି ଦିବ୍ୟାଙ୍ଗଙ୍କ କାମକୁ ପ୍ରଶଂସା କରିବା ସହ ୫୦,୦୦୦ଟଙ୍କା ଦେଇ ବିଗ୍‌ ବି ଚିତ୍ରଟିକୁ କିଣିଥିବା ଜଣା ପଡ଼ିଛି।

Image result for amitabh bachchan"
Deccan Herald

ସୂଚନା ମୁତାବକ, ଦିବ୍ୟାଙ୍ଗ ଆୟୁଷଙ୍କ ହାତ ନଥିବାରୁ ସେ ନିଜ ଗୋଡ଼ ସାହାଯ୍ୟରେ ନିଜ କଳାକୁ ଲୋକଙ୍କ ପାଖରେ ପହଞ୍ଚାଇଥାନ୍ତି। ଆୟୁଷ ନିଜ ଗୋଡ଼ରେ ଅମିତାଭ ବଚ୍ଚନଙ୍କ ଚିତ୍ର ଆଙ୍କିଥିବା କଥା ଜାଣି ବିଗ୍‌ ବି ତାଙ୍କୁ ମୁମ୍ବାଇ ଡ଼କାଇଥିଲେ। ଆୟୁଷ ମୁମ୍ବାଇ ପହଞ୍ଚିବା ପରେ ବିଗ୍‌ ବିଙ୍କୁ ତାଙ୍କ ଚିତ୍ର ଦେଖାଇଥିଲେ। ଚିତ୍ରରେ ବିଗ୍‌ ବିଙ୍କ କୌନ୍‌ ବନେଗା କରୋଡ ପତି ଲୁକ୍‌ ରହିଥିଲା। ଆୟୁଷଙ୍କ ଚିତ୍ର ଦେଖି କିଛି ସମୟରେ ଚୁପ୍‌ ହୋଇଯାଇଥିଲେ ବିଗ୍‌ ବି। ଏହା ପରେ ସେ ଆୟୁଷଙ୍କ କାମକୁ ପ୍ରଶଂସା କରିବା ଆରମ୍ଭ କରିଥିଲେ। ଦୁହେଁ ୨୦ମିନିଟ୍‌ ପର୍ଯ୍ୟନ୍ତ କଥା ହେବା ପରେ ବିଗ୍‌ ବି ୫୦,୦୦୦ଟଙ୍କା ଦେଇ ଆୟୁଷଙ୍କଠାରୁ ନିଜ ଚିିତ୍ରଟି କିଣିଥିଲେ।

ସମ୍ବନ୍ଧିତ ଖବର