ମୃତ୍ୟୁର କିଛି ସମୟ ପୂର୍ବରୁ ପରିବାରର ଏହି ସଦସ୍ୟଙ୍କୁ ଡାକି ଶେଷଥର ପାଇଁ କଥା ହୋଇଥିଲେ ଋଷି କପୁର

ମୁମ୍ବାଇ: ଏପ୍ରିଲ ୩୦ରେ ବଲିଉଡର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତା ଋଷି କପୁର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ଆର ପାରିକୁ ଚାଲିଯାଇଛନ୍ତି | ଗୁରୁବାର ସକାଳେ ସେ ମୁମ୍ବାଇର ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଦୁଇ ବର୍ଷ ଧରି କର୍କଟ ରୋଗ ସହ ଲଢେଇ କରୁଥିବା ଋଷି କପୁରଙ୍କର ବୁଧବାର ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରୁ ସେ ଆଉ ଘରକୁ ଫେରି ନ ଥିଲେ |

जब रणबीर ने कहा था-मेरे पापा दुनिया के बेस्ट पापा हैं
oneindia

ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ଋଷି କପୁର ନିଜ ପୁଅ ରଣବୀର କାପୁରଙ୍କୁ ଦେଖା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଜଣାପଡିଛି| ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଆରମ୍ଭ ହେବା ପରେ ସେ ତାଙ୍କ ପୁଅ ରଣବୀରଙ୍କୁ ମଧ୍ୟରାତ୍ରିରେ ଥିବା ଆଇସିୟୁ ୱାର୍ଡକୁ ଡାକି ତାଙ୍କ ପାଖରେ ବସିବାକୁ କହିଥିଲେ, ଏହା ପରେ ରଣବୀର ତାଙ୍କ ପିତାଙ୍କ ସହ ବସିଥିଲେ। ଋଷି ରଣବୀରଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ | ତେବେ ଦୁହେଁ କ’ଣ କଥା ହୋଇଥିଲେ ତାହା ଜଣା ନଥିଲେ ମଧ୍ୟ ମିଳିଥିବା ସୂଚନା ମୁତାବକ, ଯେତେବେଳେ ରଣବୀର ଆଇସିୟୁରୁ ​​ବାହାରକୁ ଆସିଥିଲେ ସେତେବେଳେ ତାଙ୍କ ଆଖି ଲୁହରେ ଭାରି ଯାଇଥିଲା | ପରେ ନିଜ ମାଙ୍କୁ କାନ୍ଦୁଥିବା ଦେଖି ରଣବୀର ନିଜକୁ ସମ୍ଭାଳିବା ସହ ଡାକ୍ତରଙ୍କ ପାଖକୁ ଚାଲିଯାଇଥିଲେ | ତେବେ ଋଷି ଶେଷ ମୁହୂର୍ତ୍ତରେ ନିଜ ପୁଅକୁ ଡାକି କଥା ହୋଇଥିବାରୁ ଏହା ତାଙ୍କର ଶେଷ ଇଚ୍ଛା ଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର