ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଆଙ୍କର୍ ଏବଂ ଅଭିନେତ୍ରୀ ବିଶ୍ୱଶାନ୍ତିଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି | ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ହାଇଦ୍ରାବାଦ ଘରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ମୁତାବକ ବିଶ୍ୱଶାନ୍ତି, ହାଇଦ୍ରାବାଦର ଏଲେରେଡି ଗୁଡା ଇଞ୍ଜିନିୟର୍ସ କଲୋନୀରେ ରହୁଥିଲେ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଫ୍ଲାଟର ପଞ୍ଚମ ମହଲାରେ ରହୁଥିବା ବିଶ୍ୱଶାନ୍ତି କିଛି ଦିନ ଧରି ଘରୁ ବାହାରକୁ ଆସିନଥିବାର ପଡୋଶୀମାନେ ପୁଲିସକୁ କହିଥିଲେ |

Photo-dainikjagaran

ଏହାପରେ ପୁଲିସ ଯେତେବେଳେ ଘରର କବାଟ ଭାଙ୍ଗିଥିଲା ସେତେବେଳେ ତାଙ୍କ ମୃତଦେହ ମିଳିଥିଲା | ବିଶ୍ୱଶାନ୍ତିଙ୍କ ଘର ବିଶାଖାପାଟନମ ହୋଇଥିବାବେଳେ ସେ ଅନେକ ତେଲୁଗୁ ସିରିଏଲ ଏବଂ ଶୋ’ରେ କାମ କରିଛନ୍ତି |

ବିଶ୍ୱଶାନ୍ତିଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । କିଛି ରୋଗ ହେତୁ ତାଙ୍କର ମୃତ୍ୟୁ ହୋଇଛି ନା ତାଙ୍କୁ କେହି ହତ୍ୟା କରିଛି ତାହା ଶବ ବ୍ୟବଛେଦ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର