୩ଦିନରେ ୨ଜଣ ମୁସ୍‌ଲିମ୍‌ଙ୍କୁ ହତ୍ୟା କରାଯିବା ପରେ ମୋଦୀଙ୍କୁ ପ୍ରଶ୍ନ କଲେ ଗୌହର ଖାନ୍‌, କହିଲେ; କ’ଣ ଆଗକୁ ୫ବର୍ଷ ଏମିତି ଚାଲିବ?

ମୁମ୍ବାଇ : ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଏବେ ନୂଆ ସରକାର ଶପଥ ନ ନେବା ପୂର୍ବରୁ ବୟାନବାଜି ଆରମ୍ଭ ହୋଇ ଗଲାଣି । କିଛି ଦିନ ମଧ୍ୟରେ ମୁସ୍‌ଲିମ୍‌ମାନଙ୍କୁ ହତ୍ୟା କରାଯାଉଥିବା ଦେଖି ଅଭିନେତ୍ରୀ ଗୌହର ଖାନ୍‌ଙ୍କ ବୟାନ ସାମ୍ନାକୁ ଆସିଛି । ସିଧାସଳଖ ଭବେ ମୋଦୀ ସରକାରଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଗୌହର ।

5Besty

ଟୁଇଟ୍‌ କରି ୩ଦିନ ମଧ୍ୟରେ ୨ମୁସ୍‌ଲିମ୍‌ଙ୍କୁ ହତ୍ୟା କରାଯାଇଥିବା ବିଷୟରେ ଜଣାଇ କ’ଣ ଆଗକୁ ୫ବର୍ଷ ଏମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଗୌହର । ସୂଚନା ମୁତାବକ, ଗୁରୁଗ୍ରାମ ଏବଂ ମଧ୍ୟପ୍ରଦେଶରେ ମୁସଲମାନମାନଙ୍କୁ ମାଡ଼ ମରାଯିବା ସହ ୨ଜଣଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ଗୌହର । ତାଙ୍କର ଏଭଳି ଟୁଇଟ୍‌ ପରେ ମୋଦୀଜୀଙ୍କ ସମର୍ଥକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ଗୌହରଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ସେ ଏବେ କୌଣସି ଫିଲ୍ମ ବା ଆଲବମରେ କାମ କରୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର