ଜାହ୍ନବୀ କପୁରଙ୍କ ଅନ୍ଧବିଶ୍ୱାସ; ଫିଲ୍ମର ସେଟ୍‌କୁ ଯିବା ପୂର୍ବରୁ କରନ୍ତି ଏଭଳି ଅଜବ କାମ

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ  ରହୁଥିବା ବଲିଉଡ୍‌ ଷ୍ଟାରମାନଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରହିଥାଏ । ଏହା  ସେମାନଙ୍କ ପେସାଦାର ଜୀବନଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । କିଛି ଅଭିନେତ୍ରୀ ପରଦାରେ ଅନ୍ଧବିଶ୍ୱାସ ରଖିବାକୁ ମନା କରୁଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ସେମାନେ ଅନ୍ଧବିଶ୍ୱାସୀ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ।

ନିଜ ବଡ଼ ଭଉଣୀ ସୋନମ କପୁରଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ବିଜ୍ଞାପନ କରିବାକୁ ଯାଇ ଜାହ୍ନବୀ ନିଜ ଅନ୍ଧବିଶ୍ୱାସ ବିଷୟରେ ଜଣାଇଥିଲେ । ସୋନମ ଜାହ୍ନବୀଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜାହ୍ନବୀ କହିଛନ୍ତି, ମୋର ଏକ ଅଜବ ଅନ୍ଧବିଶ୍ୱାସ ରହିଛି । ଯେତେବେଳେ ମୁଁ କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଏ ବା ଫିଲ୍ମର ସେଟ୍‌କୁ ଯାଏ, ସେତେବେଳେ ମୋର ଡ଼ାହାଣ ପାଦ ବାହାରକୁ ବାହର କରି ଯାଏ । ଘରକୁ ପ୍ରବେଶ କରିବା ସମୟରେ ମଧ୍ୟ ଡ଼ାହାଣ ପାଦ ରଖି ପ୍ରବେଶ କରେ ।

ସମ୍ବନ୍ଧିତ ଖବର