ଦୁଇଟି ବିଷଧର ସାପ ସହିତ କରୁଥିଲେ ଅଭିନୟ, ସାପ ଚୋଟରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ: ସିନେମା ହେଉ ଅବା ଧାରାବାହିକ ସୁଟିଂ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀ ଜୀବନ୍ତ ପଶୁପକ୍ଷୀଙ୍କ ସହିତ ଅଭିନୟ କରିବାର ପରଦାରେ ଦେଖିବାକୁ ମିଳିଛି। କିନ୍ତୁ ସମୟସମୟରେ ଏଭଳି କରିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଥାଏ। ନିକଟରେ ଜଣେ ଅଭିନେତ୍ରୀ ଦୁଇଟି ବିଷଧର ସାପ ସହିତ ସୁଟିଂ କରୁଥିଲେ। ଏହି ସମୟରେ ଆକସ୍ମିକ ଭାବେ ସାପଟି ଅଭିନେତ୍ରୀଙ୍କୁ ଚୋଟଟିଏ ପକାଇଥିଲା। ଫଳରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ତେବେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି କି ଯଦି ସୁଟିଂରେ ବିଷଧର ସାପକୁ ବ୍ୟବହାର କରାଯାଇଥିଲା ତେବେ କ’ଣ ତାର ବିଷ ଦାନ୍ତ ଓପଡା ଯାଇ ନ ଥିଲା?

ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ହିଂସାବାଦରେ ଘଟିଛି। ଗତକାଲି କାଳିଦାସୀ ସାପମାନଙ୍କର ଦେବୀ ଭୂମିକାରେ ଅଭିନୟ କରୁଥିଲେ। ପ୍ରତିବର୍ଷ ମଧ୍ୟ ସେ ସାପମାନଙ୍କ ଦେବୀଙ୍କ ଭୂମିକାରେ ଅଭିନୟ କରନ୍ତି। କିନ୍ତୁ ପ୍ଲାଷ୍ଟିକ ସାପମାନଙ୍କ ସହ। କିନ୍ତୁ ଏଥର ସେ ତାଙ୍କ ଭୂମିକାକୁ ଆହୁରି ଆକର୍ଷଣ କରିବା ପାଇଁ ଚାହିଁଥିଲେ। ତେଣୁ ଦୁଇଟି ଜୀବନ୍ତ ସାପ ସହ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତ୍ରୀ ଜଣଙ୍କ ଯେତେବେଳେ ସାପମାନଙ୍କ ସହ ଲାଇଭ ପରଫର୍‌ମାନ୍‌ସ କରୁଥିଲେ ସେହି ସମୟରେ ସାପଟି ତାଙ୍କୁ ଚୋଟ ମାରିଥିଲା। ତୁରନ୍ତ ତାଙ୍କୁ ଏକ ଗୁଣିଆ ପାଖକୁ ନିଆଯାଇଥିଲା। କିନ୍ତୁ କୌଣସି ଲାଭ ହୋଇ ନ ଥିଲା। ସଙ୍ଗେସଙ୍ଗେ ତାଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିନେତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ,- ତାଙ୍କୁ ଯଦି ଠିକ୍‌ ସମୟରେ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥାନ୍ତା, ତାହାହେଲେ ସେ ବଞ୍ଚି ଯାଇପାରିଥାନ୍ତେ। ପୁଲିସ ଥିଏଟର ମଣ୍ଡଳୀ ଲୋକଙ୍କୁ ଏହି ଘଟଣା ବିଷୟରେ ପଚରାଉଚରା ଜାରି ରଖିଛି। ଯଦି

ସମ୍ବନ୍ଧିତ ଖବର