ଚର୍ଚ୍ଚାରେ କିମ୍‌ ଶର୍ମା: ୭୦ହଜାର ଟଙ୍କାର ପୋଷାକ ପାଇଁ ଘରର ଚାକରାଣୀକୁ ମାଡ଼ ମାରିଥିବା ଅଭିଯୋଗ

ମୁମ୍ବାଇ: ଗୋଟେ ସମୟରେ ଦର୍ଶକଙ୍କ ମନରେ ରାଜ କରୁଥିଲେ ଅଭିନେତ୍ରୀ କିମ୍‌ ଶର୍ମା । କିନ୍ତୁ ନବାଗତାମାନଙ୍କ ଏଣ୍ଟ୍ରି ପରେ ତାଙ୍କର କ୍ରେଜ୍‌ ଧିରେ ଧିରେ ଦର୍ଶକମାନଙ୍କ ମନରୁ କମିବାକୁ ଲାଗିବା ସହ ସେ ବଲିଉଡ଼୍‍ରୁ ଦୂରେଇ ଯାଇଥିଲେ । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୭୦ହଜାର ଟଙ୍କାର ପୋଷାକ ଖରାପ କରି ଦେବାରୁ କିମ୍‌ ତାଙ୍କ ଘରେ କାମ କରୁଥିବା ମହିଳାଙ୍କ ଉପରକୁ ହାତ ଉଠାଇଥିଲେ । ଏ ନେଇ ପୀଡ଼ିତା ଜଣଙ୍କ ଅଭିନେତ୍ରୀଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି । ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, କିମ୍‌ଙ୍କର ୭୦ହଜାର ଟଙ୍କାର ପୋଷାକ ଠିକ୍‌ ଭାବରେ ସଫା ନ କରିବାରୁ କିମ୍‌ ତାଙ୍କୁ ମାଡ଼ ମାରିବା ସହ ଗାଳି ଦେଇଥିଲେ ।

oneindia.com

ପୀଡ଼ିତା ଜଣଙ୍କ ୨୭ଅପ୍ରେଲ ୨୦୧୮ରୁ କିମ୍‌ଙ୍କ ଘରେ କାମ କରି ଆସୁଥିବା ବେଳେ ମେ ୨୧ରେ କଳା ଏବଂ ଧଳା ପୋଷାକଙ୍କୁ ଅଲଗା ସଫା କରିବା ପାଇଁ ଭୁଲି ଯାଇଥିଲେ । ଯାହା ଦ୍ୱାରା କିମ୍‌ଙ୍କ ଧଳା ରଙ୍ଗର ପୋଷାକରେ କଳା ରଙ୍ଗ ଲାଗି ଖରାପ ହୋଇ ଯାଇଥିଲା । ଏ ନେଇ ପୀଡ଼ିତା ତୁରନ୍ତ କିମ୍‌ଙ୍କୁ ଜଣାଇବା ସହ ଭୁଲ ମାଗିଥିଲେ ମଧ୍ୟ କିମ୍‌ ରାଗି ଯାଇ ପୀଡ଼ିତାଙ୍କୁ ମାଡ଼ ମାରିଥିଲେ । ଧକ୍କା ମାରି ତାଙ୍କୁ ଘରୁ ବାହାର କରିବା ସହ ଦରମା ବାବଦ ଟଙ୍କା ମଧ୍ୟ କିମ୍‌ ଦେବାକୁ ମନା କରି ଦେଇଥିଲେ । ଦରମା ଟଙ୍କା ଅନେକ ଥର ମାଗିବା ପରେ ସେ ମନା କରିବାରୁ ପୀଡ଼ିତା ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର