ନିଜର ଏଭଳି ଭୁଲ କାରଣରୁ ୬ମାସ ପାଇଁ ଜେଲ ଗଲେ ‘ଓ ସାକି ସାକି ଗର୍ଲ’ କୋଏନା ମିତ୍ର

ମୁମ୍ବାଇ : ବଲିଉଡ୍‌ର ଗ୍ଲାମରସ ଅଭିନେତ୍ରୀ କୋଏନା ମିତ୍ରଙ୍କୁ ୬ମାସ ଜେଲ ଦଣ୍ଡ ମିଳିଛି । ଚେକ୍‌ ବାଉନ୍ସ ହେବା ମାମଲାକୁ ନେଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏଭଳି ଦଣ୍ଡ ଶୁଣାଇଛନ୍ତି । ୬ମାସ ଜେଲ ଦଣ୍ଡ ଭୋଗିବା ସହ କୋଏନା ଅଭିଯୋଗକାରୀଙ୍କୁ ସୁଧ ସମେତ ୪.୬୪ଲକ୍ଷ ଟଙ୍କା ଦେବେ ବୋଲି ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି ।

Koimoi

ସୂଚନା ମୁତାବକ, ୨୦୧୩ରେ ପୁନମ ସେଠୀ ନାମକ ଜଣେ ମହିଳା କୋଏନାଙ୍କ ବିରୋଧରେ ଚେକ୍‌ ବାଉନ୍ସ ହେବାର ମାମଲା ରୁଜୁ କରିଥିଲେ । ପୁନମଙ୍କଠାରୁ ୨୨ଲକ୍ଷ ଟଙ୍କା ନେଇ ପରେ ଫେରାଇ ପାରି ନଥିଲେ କୋଏନା । କିଛି ଟଙ୍କା ଶୁଝିଥିଲେ ମଧ୍ୟ ୪.୬୪ଲକ୍ଷ ବଳକା ରହି ଯାଇଥିଲା। ଶୁଝିବା ପାଇଁ ପରେ କୋଏନା ୩ଲକ୍ଷ ଟଙ୍କା ଚେକ୍‌ ଦେଇଥିଲେ ମଧ୍ୟ ତାହା ପରେ ବାଉନ୍ସ ହୋଇ ଯାଇଥିଲା, ଯାହା ପରେ ପୁନମ ୨୦୧୩ରେ ମାମଲା ରୁଜୁ କରିଥିଲେ । ଏହାର ଶୁଣାଣି କରି ଏବେ ଅଦାଲତ ପକ୍ଷରୁ କୋଏନାଙ୍କୁ ୬ମାସ ଜେଲ ଦଣ୍ଡ ଦିଆଯାଇଛି ।

ସମ୍ବନ୍ଧିତ ଖବର