ରାହୁଲ ବୋଷଙ୍କ ପରେ ଚର୍ଚ୍ଚାରେ ଏହି ଅଭିନେତ୍ରୀ: ଭିଡିଓ ସେୟାର କରି ପଞ୍ଚତାରକା ହୋଟେଲ ବିରୋଧରେ ଆଣିଲେ ଖାଦ୍ୟରେ ପୋକ ଚାଲୁଥିବାର ଅଭିଯୋଗ

ମୁମ୍ବାଇ : ହିନ୍ଦୀ ଓ ସାଉଥ୍‌ ଫିଲ୍ମରେ ନିଜ ଜଲଓ୍ଵା ଦେଖାଇ ସାରିଥିବା ଅଭିନେତ୍ରୀ ମୀରା ଚୋପ୍ରା ଏବେ ସେୟାର କରିଥିବା ଭିଡିଓ ପାଇଁ ଚର୍ଚ୍ଚାରେ ରହିଛନ୍ତି । ମୀରା ରେକର୍ଡ କରିଥିବା ଭିଡିଓଟି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପ୍‌ଲୋଡ କରିବା ପରେ ଭିଡିଓଟି ଏବେ ଭାଇରାଲ ହୋଇଛି । ସେୟାର କରାଯାଇଥିବା ଭିଡିଓରେ, ଏକ ପଞ୍ଚତାରକା ହୋଟେଲ ପକ୍ଷରୁ ଦିଆଯାଇଥିବା ଖାଦ୍ୟରୁ କିପରି ପୋକ ବାହାରୁଛି, ତାହା ଦେଖିବାକୁ ମିଳିଛି ।

ମୀରା ଟୁଇଟ୍‌ କରିଥିବା ଭିଡିଓରେ, ସକାଳ ଖାଇବା ପାଇଁ ଅର୍ଡର କରିଥିବା ଖାଦ୍ୟରୁ ପୋକ ବାହାରୁଥିବା ଦେଖାଯାଇଛି । ଖାଦ୍ୟ ରଖାଯାଇଥିବା ପ୍ଲେଟ୍‌ରେ ପୋକା ଚାଲୁଥିବାରେ ଦୃଶ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଭିଡିଓରେ, ଏବେ ମୁଁ ଅହମ୍ମଦାବାଦ୍‌ରେ ଥିବା ଡବଲ ଟ୍ରି ହେଲ୍‌ଟନ ହୋଟେଲରେ ଅଛି । ମୁଁ ସକାଳ ଖାଇବା ଅର୍ଡର କରିଥିଲି । ଖାଇବା ସହ ମୋତେ ପୋକ ବି ମିଳିଛି । ଏଭଳି ଜିନିଷକୁ ଅଣଦେଖା କରିହେବ ନାହିଁ । ଆମେ ଏତେ ଟଙ୍କା ଦେଇ ଏଭଳି ମହଙ୍ଗା ହୋଟେଲରେ ରହୁଥିଲେ ମଧ୍ୟ ଖାଇବାରେ ଆମକୁ ପୋକ ଦିଆଯାଉଛି । ମୁଁ ସପ୍ତାହେ ହେଲାଣି ହୋଟେଲରେ ରହିଛି । ଆସିବା ଦିନଠାରୁ ମୋ ଦେହ ଭଲ ରହୁନାହିଁ । ଏବେ ଯାଇ ମୋତେ ଏହା ପଛର କାରଣ ଜଣାପଡ଼ିଛି ବୋଲି କହିଛନ୍ତି ମୀରା । ତେବେ ମୀରାଙ୍କ ଭିଡିଓ ଭାଇରାଲ ପରେ ଲୋକେ ହୋଟେଲ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର