ହୋଟେଲରୁ ମିଳିଲା ବଙ୍ଗୀୟା ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ମୃତଦେହ; ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ନୂଆଦିଲ୍ଲୀ : ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ସିଲିଗୁଡ଼ିର ଏକ ହୋଟେଲରୁ ମିଳିଛି । ହଠାତ୍‌ ଏଭଳି ଖବର ଶୁଣି ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି । ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ମଙ୍ଗଳବାର ସଂନ୍ଧ୍ୟାରେ ସିଲିଗୁଡ଼ିର ଚର୍ଚ୍ଚ ରୋଡ଼୍‍ରେ ଥିବା ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ହୋଟେଲ କର୍ମଚାରୀଙ୍କ କହିବା ଅନୁଯାୟୀ, ପାୟଲ ବୁଧବାର ସକାଳେ ଗଙ୍ଗଟକ୍‌ ଯିବାକୁ ଥିବା ବେଳେ ବୁଧବାର ସେ ରୁମ୍‌ରୁ ନ ବାହାରିବା ସହ ଚେକ୍‌ ଆଉଟ୍‌ର କୌଣସି ପ୍ରକ୍ରିଆ ଆରମ୍ଭ କରି ନଥିଲେ । ଭିତରକୁ ଯିବା ପରଠାରୁ ତାଙ୍କୁ ରୁମ୍‌ର କବାଟ ବନ୍ଦ ରହିଥିଲା । ଅନେକ ଥର କବାଟ ବାଡ଼େଇବା ପରେ କବାଟ ନ ଖୋଲିବାରୁ ହୋଟେଲର କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି କବାଟ ଭାଙ୍ଗି ଭିତରକୁ ଯିବା ପରେ ତାଙ୍କ ମୃତଦେହ ପଡ଼ିଥିବାର ଦେଖା ଯାଇଥିଲା । ତେବେ ଏହି ଘଟଣା ପଛର କାରଣ କ’ଣ ତାହାର ତଦନ୍ତ କରୁଛି ପୁଲିସ ।

NDTV.com

ସୂଚନା ମୁତାବକ, ସେ ଅନେକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରି ସାରିଥିବା ବେଳେ ବଲିଉଡ୍‌ ଫିଲ୍ମ ‘ଗୁଡ଼୍ଡୁକି ଗନ୍‌’ରେ ମଧ୍ୟ ନଜର ଆସିଥିଲେ । ଆଗକୁ ତାଙ୍କର ବଙ୍ଗଳା ଫିଲ୍ମ ‘କେଲୋ’ ସୁଟିଂ ଆରମ୍ଭ ହେବାକୁ ଥିଲା,ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦର୍ଶକେ ଦେଖିବାକୁ ପାଇଥାନ୍ତେ ।

ସମ୍ବନ୍ଧିତ ଖବର