ସୈଫ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟ୍ଵିଟ୍‌କୁ କିଛି ସେକେଣ୍ଡ ମଧ୍ୟରେ ହଟାଇଦେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କର ଆଜି ଜନ୍ମ ଦିନ । ଆଜି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ୪୮ବର୍ଷ ବୟସରେ ପାଦ ରଖିଥିବା ବେଳେ ଅନେକ କଳାକାରଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜ ଜନ୍ମଦିନକୁ ସୈଫ୍‌ ପରିବାର ଏବଂ ସଂପର୍କିୟଙ୍କ ସହ ପାଳନ କରିଥିବା ଦେଖାଯାଇଛି । ଜନ୍ମଦିନ ପାର୍ଟିର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ କାରୀନା କପୁର ଖାନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ୍‌ ଖାନ୍‌ଙ୍କୁ ଦେଖିବାକୁ ମିଳିଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରୀତି ଜିଣ୍ଟାଙ୍କ ଟ୍ଵିଟ୍‌ ହଟାଇବା ଘଟଣା ।

jansatta.com

ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୈଫ୍‌ଙ୍କୁ ଟ୍ଵିଟ୍‌ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ଏହାକୁ ହଟାଇ ଦେଇଥିଲେ । ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ପ୍ରୀତି ନିଜ ସହ ସୈଫ୍‌ଙ୍କ ଏକ ଫଟୋ ଅପ୍‌ଲୋଡ଼ କରିଥିଲେ । ଫଟୋ ଅପ୍‌ଲୋଡ଼ କରି ‘କ୍ୟୁୟୁଁକି ଲାଲ ତୁହ୍ମାରେ ଦିଲ୍‌ କା ହାଲ୍‌ ହୈ…..ଲଗତା ମୁଝ୍‌ପେ କମାଲ ହେ…ହାପି ବର୍ଥଡ଼େ..ହମେଶା ମୁସ୍‌କୁରାତେ ରହିଏ….ଆଗେ ବଢ଼୍‍ତେ ରହିଏ’ ବୋଲି ଲେଖିଥିଲେ । ଏହି ଟ୍ଵିଟ୍‌ କରିବାର କିଛି ସମୟ ପରେ ସେ ଏହାକୁ ହଟାଇଦେବାରୁ ସେ ଏପରି କ’ଣ ପାଇଁ କଲେ ସେ ନେଇ ପ୍ରଶ୍ନ ଉଠିବାକୁ ଲାଗିଛି । ସୂଚନା ମୁତାବକ, କରୀନାଙ୍କୁ ବିବାହ କରିବା ପୂର୍ବରୁ ସୈଫ୍‌ଙ୍କ ସଂପର୍କ ପ୍ରୀତି ଜିଣ୍ଟାଙ୍କ ସହ ଥିବା ଚର୍ଚ୍ଚା ହୋଇଥିଲା । ପ୍ରୀତି ଜିଣ୍ଟା ସୈଫ୍‌ଙ୍କ ଅନେକ ଫିଲ୍ମ କରିଥିବା ବେଳେ ଫିଲ୍ମ ‘ସଲାମ୍‌ ନମସ୍ତେ’ କରିବା ସମୟରେ ଦୁଇ ଜଣଙ୍କ ସଂପର୍କ ଅଧିକ ମଜବୁତ୍‌ ହୋଇଥିବା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର