ସିଂହ ମୁହଁରେ କେକ ମାରିବାର ଭିଡିଓ ଦେଖି ରାଗି ଗଲେ ରବିନା : କହିଲେ, ‘ନର୍କରେ ଏମାନେ ଶଢ଼ିବେ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି ଲୋକ ସିଂହ ମୁହଁରେ କେକ ଲଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ କ୍ରୋଧିତ ହୋଇଯାଇଛନ୍ତି। ପ୍ରତିଥର ଭଳି ରବିନା ଟଣ୍ଡନ ପଶୁପକ୍ଷୀ ବିରୋଧ ସ୍ୱର ଉଠାଇଛନ୍ତି। ଏହି ଭିଡିଓର ଦୃଶ୍ୟ ଦେଖି ରବିନା ଟୁଇଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନେକ ଦିନ ହେବ ରବିନା ସିନେମାରୁ ଦୂରେଇ ରହିଥିଲେ ହେଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି। ପ୍ରତ୍ୟେକ ପ୍ରସଙ୍ଗ ନେଇ ରବିନା ନିଜ ମତ ରଖି ଥାଆନ୍ତି। ଏହି କ୍ରମରେ ପଶୁପକ୍ଷୀ ପ୍ରେମୀ ରବିନା ଟଣ୍ଡନ ସାମ୍ନାରେ ଏହି ଭିଡିଓ ଆସିବା ପରେ ସେ ନିଜ ରାଗ ଉପରେ ଆୟତ୍ତ ରଖି ପାରି ନଥିଲେ।

ରବିନା ଟଣ୍ଡନ ନିଜ ଟୁଇଟର ଆକାଉଣ୍ଟରେ ଭଡିଓକୁ ରିଟୁଇଟ କରି କ୍ୟାପସନ୍‌ରେ ଲେଖିଥିଲେ କି, ହାରି ଯାଇଥିବା ଲୋକଙ୍କ ଦୟନୀୟ ଅବସ୍ଥା…ଏହି ଲୋକମାନେ ନର୍କରେ ଶଢ଼ିବେ। ଅନେକ ଥର ଭାବି ଥାଏ କି ଲୋକଙ୍କ କର୍ମ ଆମର ‘ନାଗିନ୍‌’ ସିନେମା ଭଳି ତାଙ୍କ ସାମ୍ନାକୁ ଆସିବା ଦରକାର, ଅତି କଷ୍ଟପୂର୍ଣ୍ଣ ମୃତ୍ୟୁ ସେମାନଙ୍କୁ ମିଳୁ।’ ଏହି ଭିଡିଓକୁ ଟୁଇଟରରେ ଜୁନ୍‌ ୫ରେ ସେୟାର କରାଯାଇଥିଲା।

ସମ୍ବନ୍ଧିତ ଖବର