ଗୋଟିଏ ପରେ ଗୋଟିଏ ପୋଷାକ ଖୋଲି ଯାଞ୍ଚ କରାଯାଏ,ଜଣେ ପାକିସ୍ତାନୀ ହେବାର ସ୍ଥିତି କ’ଣ ମୁଁ ବୁଝି ସାରିଛି: ସବା

ନୂଆଦିଲ୍ଲୀ: ପାକିସ୍ତାନ ସିନେମା ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ଅଭିନେତ୍ରୀ ତାଲିକା ଅଛନ୍ତି ସବା କମର। ସବାଙ୍କ ଅଭିନୟ ବଲିଉଡରେ ଇରଫାନ୍‌ ଖାନ୍‌ଙ୍କ ‘ହିନ୍ଦୀ ମିଡିୟମ’ରେ ଦର୍ଶକ ଦେଖିବାକୁ ପାଇଥିଲେ। ତେବେ ସବାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ସବା କାନ୍ଦି ତାଙ୍କ ସହିତ ବିମାନ ବନ୍ଦରରେ ଘଟିଥିବା ଏକ ଘଟଣାକୁ ବଖାଣୁଛନ୍ତି। ତେବେ ଆସନ୍ତୁ ଜାଣିବା ସବା ଏକ ପାକିସ୍ତାନ ଟିଭି ଚାନେଲରେ ସାକ୍ଷାତକାର ଦେଉ ଦେଉ କାହିଁକି ଭାବ ବିହ୍ବଳ ହୋଇ ପଡ଼ିଛନ୍ତି…

ପାକିସ୍ତାନ ଟିଭି ଚାନେଲରେ ସାକ୍ଷାତକାର ଦେଇ ସବା କହିଛନ୍ତି, ‘ଜଣେ ପାକିସ୍ତାନ ହେବା ଦୁନିଆ ସମ୍ମୁଖରେ କ’ଣ ମୁଁ ଜାଣି ସାରିଛି। ପାକିସ୍ତାନୀ ହେବାର ସ୍ଥିତି କ’ଣ ତାହା ମୁଁ ବୁଝି ସାରିଛି। ପାକିସ୍ତାନକୁ ନେଇ ଆମେ ସର୍ବଦା ନାରା ବାଜି ବି କରିଥାଉ କି ପାକିସ୍ତାନ ଜିନ୍ଦାବାଦ। କିନ୍ତୁ ଯେତେବେଳେ ଆମେ ଦେଶ ବାହାରକୁ ଯାଇ ଥାଉ ଯେଉଁଭଳି ଭାବରେ ଆମର ଯାଞ୍ଚ କରାଯାଇଥାଏ,ଆପଣଙ୍କୁ ତାହା ମୁଁ ଶବ୍ଦରେ ବୁଝାଇ ପାରିବି ନାହିଁ। ମୋତେ କହିବା ପାଇଁ ଲାଜ ଲଗୁଛି କି ଗୋଟିଏ ପରେ ଗୋଟିଏ କରି ସମସ୍ତ ପୋଷାକ ଖୋଲା ଯାଇ ମୋର ଯାଞ୍ଚ କାରଥିଲା। କାରଣ ମୁଁ ଜଣେ ପାକିସ୍ତାନୀ । ଭାରତୀୟଙ୍କ ସମ୍ମୁଖରେ ପାକିସ୍ତାନୀଙ୍କ ଅସମ୍ମାନ ସମ୍ପର୍କରେ କହିଛନ୍ତି ସବା।

‘ମୋର ସଠିକ୍‌ ଭାବେ ମନେ ଅଛି ଯେତେବେଳେ ସୁଟିଂ ପାଇଁ ମୁଁ ଭାରତୀୟଙ୍କ ସହିତ ବିଦେଶ ଯାଇଥିଲି। ବିମାନ ବନ୍ଦରରେ ମୋ ସହିତ ଥିବା ଅନ୍ୟ ସାଥୀମାନଙ୍କୁ ସାମାନ୍ୟ ଯାଞ୍ଚ କରି ଛାଡ଼ି ଦିଆଯାଇଥିଲା, କିନ୍ତୁ ମୋତେ ରୋକି ଦିଆଯାଇଥିଲା। କାରଣ ମୁଁ ଜଣେ ପାକିସ୍ତାନୀ ଥିଲି। ମୋର ଯେଭଳି ଭାବେ ଯାଞ୍ଚ କରିବା ସହିତ ବିଭିନ୍ନ ପ୍ରକାର ପଚରାଉଚରା କରାଯାଇଥିଲା, ସେହିଦିନ ମୁଁ ଜାଣିଲି ଦେଶ ବାହାରେ ଜଣେ ପାକିସ୍ତାନୀ ପାଇଁ କିଭିଳି ସମ୍ମାନ ରହିଛି।’

ସମ୍ବନ୍ଧିତ ଖବର