ତାମିଲ ଅଭିନେତ୍ରୀ ପୋଷ୍ଟ କରିଥିବା ଭିଡିଓ ଭାଇରାଲ ହେବା ପରେ ଏକ କୋଟି ଟଙ୍କା ନେଇ ଶାରୀରିକ ସଂପର୍କ ରଖିବାର ପ୍ରସ୍ତାବ ଦେଲେ ଲୋକେ !

ମୁମ୍ବାଇ : ତାମିଲ ଫିଲ୍ମ ‘ଅକ୍ସିଜେନ୍‌’ ଏବଂ ‘ଜେମ୍ସବଣ୍ଡ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ସାକ୍ଷୀ ଚୌଧୁରୀ ଏବେ ନିଜର ଏକ ମ୍ୟୁଜିକ୍‌ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ସାକ୍ଷୀ ଚୌଧୁରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଦିନ ତଳେ ଏକ ଭିଡିଓ ସେୟାର କରିଥିଲେ । ଯାହା ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ସାକ୍ଷୀଙ୍କ ଭିଡିଓ ଦେଖିବା ପରେ ଲୋକେ ତାଙ୍କ ଭିଡିଓକୁ ନେଇ ଖରାପ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । କିଛି ଲୋକ ସାକ୍ଷୀଙ୍କୁ ଆପତ୍ତିଜନକ ଡିମାଣ୍ଡ ଲେଖି ପଠାଉଥିବା ସାକ୍ଷୀ ନିଜେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

bhaskar.com

ଟୁଇଟ୍‌ କରି, ଭିଡିଓ ଏବଂ ଫଟୋ ଦେଖି ଲୋକେ ପାଗଳ ହୋଇ ଯାଇଛନ୍ତି । ମୋତେ ଗୋଟେ ରାତିକୁ ଏକ କୋଟି ଦେବା କଥା କହୁଛନ୍ତି । କିନ୍ତୁ ସେମାନେ ସବୁ ମୁର୍ଖ । ମୁଁ ଏତେ ସହଜରେ ବିକ୍ରି ହେବି ନାହିଁ । କେବଳ ମୋତେ ଦେଖି କାମ ଚଳାଅ ଏବଂ ‘ମ୍ୟାଗ୍‌ନେଟ୍‌’ ଦେଖିବା ପାଇଁ ସିନେମା ହଲକୁ ଯାଅ ବୋଲି ଲେଖିଛନ୍ତି ସାକ୍ଷୀ । ‘ମ୍ୟାଗ୍‌ନେଟ’୍‌ ସାକ୍ଷୀଙ୍କ ଆଗାମୀ ତେଲୁଗୁ ଫିଲ୍ମ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶରଣ ଆୟିରଥିଲ ଇରୁଭର ।

ସମ୍ବନ୍ଧିତ ଖବର