ହଲିଉଡ୍ ଅଭିନେତ୍ରୀଙ୍କ ଖୁଲାସା :୧୪ ବର୍ଷ ବୟସ ପର୍ଯ୍ୟନ୍ତ ସାବତ ବାପା କରୁଥିଲେ ଯୌନ ଶୋଷଣ,୧୭ବର୍ଷରେ ଲୁଚି ଲୁଚି କରାଇଥିଲେ ଗର୍ଭପାତ
ନୂଆଦିଲ୍ଲୀ : ହଲିଉଡ୍ର ଦିଗ୍ଗଜ ଅଭିନେତ୍ରୀ ସେଲି ଫିଲ୍ଡ଼ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ଖୁଲାସା ଏବେ ସବୁ ସିନେପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୪ବର୍ଷ ପର୍ଯ୍ୟନ୍ତ ତାଙ୍କ ସାବତ ବାପା କିପରି ତାଙ୍କର ଯୌନ ଶୋଷଣ କରୁଥିଲେ ଏବଂ ତାଙ୍କୁ ୧୭ବର୍ଷ ହୋଇଥିବା ବେଳେ କିପରି ତାଙ୍କ ସାବତ ବାପା ଲୁଚି ଲୁଚି ତାଙ୍କର ଗର୍ଭପାତ କରାଇଥିଲେ ସେ ସବୁ ଘଟଣାକୁ ସେ ସାର୍ବଜନୀନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନ୍ୟୁୟର୍କ ଟାଇମ୍ସକୁ ସେ ସାକ୍ଷାତକାର ଦେଇ ନିଜ ସହ ଘଟିଥିବା ଅନେକ ଘଟଣାର ଖୁଲାସା କରିଥିଲେ । ସୂଚନା ମୁତାବକ, ୭୧ବର୍ଷିୟ ସେଲି ‘ଇନ୍ ପିସେସ’ ନାମକ ଏକ ବହିରେ ନିଜ ଜୀବନ ବିଷୟରେ ଲେଖିଛନ୍ତି । ଏହାର ଉନ୍ମୋଚନ ଅବସରରେ ସେ ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇ ଥିଲେ । ତାଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ବାପା ଜେକୋ ତାଙ୍କୁ ଘରେ ଏକା ପାଇ ନିଜ ଶୋଇବା ଘରକୁ ଡ଼ାକୁଥିଲେ । ଏହା ପରେ ଯୌନ ଶୋଷଣ କରୁଥିଲେ । ୧୭ବର୍ଷ ବୟସରେ ସେ ଗର୍ଭବତୀ ଥିବା ଜାଣି ଜେକୋ ତାଙ୍କୁ ଡ଼ାକ୍ତରଖାନା ନେଇ ତାଙ୍କର ଗର୍ଭପାତ କରାଇଥିଲେ । ଏ ନେଇ ସେଲି ତାଙ୍କ ମା’ଙ୍କୁ ଜଣାଇବା ପରେ ମା’ ଜେକୋଙ୍କୁ ୧୯୫୧ରେ ଛାଡ଼ପତ୍ର ଦେଇ ଜଣେ ଅଭିନେତାଙ୍କୁ ୧୯୫୨ରେ ବିବାହ କରିଥିଲେ । ନିଜ ଜୀବନ ସହ ଜଡ଼ିତ ଏମିତି ଅନେକ କଥା ସେ ‘ଇନ୍ ପିସେସ୍’ର ଲେଖିଥିବା ବେଳେ ଏହାକୁ ପଢ଼ିବା ପାଇଁ ପାଠକଙ୍କ ମନରେ ଇଚ୍ଛା ବଢ଼ୁଥିବା ଦେଖାଯାଇଛି ।