ଏହି ଅଭିନେତ୍ରୀଙ୍କ ଫଟୋକୁ କଲ୍‌ଗାର୍ଲ ଦର୍ଶାଇ ଦର ସହ ସୋସିଆଲ ସାଇଟ୍‌ରେ ପୋଷ୍ଟ କଲେ ଅଜଣା ବ୍ୟକ୍ତି!

ମୁମ୍ବାଇ: ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ସେ ଜଣେ କଲଗାର୍ଲ ବୋଲି ଉଲ୍ଲେଖ କରାଯାଇଛି। ଅଭିନେତ୍ରୀ ଏହି ଅଭିଯୋଗ ନେଇ ମୁମ୍ବାଇର ବର୍ସୋବା ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। ଅଭିନେତ୍ରୀ ମାମଲା ରୁଜୁ କରିବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଅଭିନେତ୍ରୀଙ୍କ ନାମ ସପନା ସପ୍ପୁ। ସେ ଏଯାବତ୍‌ ହିନ୍ଦୀ, ଭୋଜପୁରୀ ଓ ଗୁଜୁରାଟୀକୁ ମିଶାଇ ପାଖାପାଖି ୨୦୦ରୁ ଊର୍ଧ୍ୱ ସିନେମାରେ କାମ କରିସାରିଛନ୍ତି।

ସପନା ନିଜର ବୋଲ୍ଡ ସିନ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ସୋସିଆଲ ମିଡିଆରେ ଏଭଳି ଫଟୋ ଭାଇରାଲ ହେବା ଶୁଣି ସପନା ଭାଙ୍ଗି ପଡ଼ିଛନ୍ତି। ସପନା କହନ୍ତି, ସେ ଅଢ଼େଇ ବର୍ଷ ହେବ ନିଜ ପୁଅ ଟାଇଗର ସହିତ ଏକା ରହୁଛନ୍ତି । ଏଭଳି ଅଯଥାରେ ମୋତେ ବଦନାମ କରିବା ମୋର ବ୍ୟକ୍ତିଗତ ଓ ପେସାଗତ ଜୀବନ ଉପରେ ପ୍ରଭାବ ପକାଇବ। ଏଭଳି କାରନାମା ଶାଶୁଘର ଲୋକ କରି ଥାଇ ପାରନ୍ତି ବୋଲି ସପନା ସନ୍ଦେହ କରୁଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ସପନା ତାଙ୍କ ଆଗାମୀ ସିନେମା ‘ମ୍ୟାଡମ’ର ସୁଟିଂ ପାଇଁ ୬ମାସ ହେବ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ନିଜର ସିନେମା ସୁଟିଂର ଫଟୋ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତାଙ୍କର ଏହି ଫଟୋକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ନେଇ ସୋସିଆଲ ସାଇଟରେ କଲଗାର୍ଲ ସଜାଇ ପୋଷ୍ଟ କରି ଭାଇରାଲ କରିଛି। ଏହି ଫଟୋରେ ଲେଖା ହୋଇଛି ‘ଆଭେଲେବଲ୍‌ ଇନ୍‌ ଦିଲ୍ଲୀ’। କେବଳ ଏତିକି ନୁହେଁ ଫଟୋରେ ସର୍ଟ ଟାଇମ୍‌ ଓ ଫୁଲ ଟାଇମ୍‌ର ଦର ବି ଉଲ୍ଲେଖ ରହିଛି। ଫଟୋ ତଳେ ଫୋନ୍‌ ନମ୍ବର ବି ଦିଅଯାାଇଛି।

ସମ୍ବନ୍ଧିତ ଖବର