ନୃତ୍ୟ ଅଭ୍ୟାସ କରୁକରୁ ଆହତ ହେଲେ ଶ୍ରଦ୍ଧା କପୁର, ଗୋଡରେ ଲାଗିଛି ଆଘାତ

ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ସିନେମା ‘ଷ୍ଟ୍ରିଟ ଡ୍ୟାନସର ୩ଡି’ ପାଇଁ ବହୁ ପରିଶ୍ରମ କରୁଛନ୍ତି। ସେ ସିନେମା ‘ଏବିସିଡି ୨’ରେ ନୃତ୍ୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ପୁଣି ଥରେ ଶ୍ରଦ୍ଧାଙ୍କ ନୃତ୍ୟ ଜଲଓ୍ଵା ‘ଷ୍ଟ୍ରିଟ ଡ୍ୟାନସର ୩ଡି’ ସିନେମାରେ ଦେଖିବାକୁ ମିଳିବ। ତେବେ ଶ୍ରଦ୍ଧା ଏହି ସିନେମା ସୁଟିଂ କରୁଥିବା ସମୟରେ ଆହତ ହୋଇପଡ଼ିଛନ୍ତି। ନୃତ୍ୟ ଅଭ୍ୟାସ କରୁକରୁ ତାଙ୍କ ଗୋଡରେ ମୋଡି ହୋଇଯାଇଥିଲା। ଫଳରେ ତାଙ୍କୁ କିଛି ସମୟ ପାଇଁ ଛିଡା ହେବାରେ ଅସୁବିଧା ହୋଇଥିଲା। ଏହାପରେ ତୁରନ୍ତ ସେଟ୍‌କୁ ଫିଜିୟୋଥେରାପିଷ୍ଟଙ୍କୁ ଡକାଇବାକୁ ପଡ଼ିଥିଲା।

ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଜରିଆରେ ଶ୍ରଦ୍ଧା ଏହି ଘଟଣା ବିଷୟରେ ଜଣାଇ ଲେଖିଛନ୍ତି, ସେଟ୍‌ରେ ପହଞ୍ଚି ଫିଜିୟୋଥେରାପିଷ୍ଟ ମୋର ଗୋଡ ଠିକ୍‌ କରୁଛନ୍ତି। ପ୍ରଥମେ ଆଘାତ ଗଳା ଓ ପରେ କାନ୍ଧରେ ଲାଗିଥିବା ବେଳେ ଏବେ ଗୋଡରେ ଲାଗିଛି। ଫିଜିୟୋଥେରାପିଷ୍ଟ ମୋର ଗୋଡ ଠିକ୍‌ କରିବା ପାଇଁ ସେଟ୍‌ରେ ପହଞ୍ଚିଥିଲେ, ସେଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

ତେବେ ଶ୍ରଦ୍ଧାଙ୍କ ପୂର୍ବରୁ ବରୁଣ ଧାଓ୍ଵନ୍‌ଙ୍କୁ ବି ସେଟ୍‌ରେ ଆଘାତ ଲାଗିଥିବା ଖବର ମିଳିଥିଲା। ବରୁଣ ଯେତେବେଳେ ରେମୋ ଡିସୁଜାଙ୍କ ସହିତ ନୃତ୍ୟ କରୁଥିଲେ ସେତେବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।

ସମ୍ବନ୍ଧିତ ଖବର