ମୁମ୍ବାଇ : ଚର୍ଚ୍ଚାରେ ସ୍ୱରାଙ୍କ ଚପଲ ଚୋରି ହେବା ଖବର । ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଦର୍ଶନ ପାଇଁ ଭିତରକୁ ଯାଇଥିବା ବେଳେ ବାହାରୁ ତାଙ୍କର କୋହ୍ଲାପୁରୀ ଚପଲ ଚୋରି ହୋଇ ଯାଇଥିଲା । ଯାହା ପାଇଁ ତାଙ୍କୁ ଖାଲି ପାଦରେ ରାସ୍ତାରେ ଚାଲିବାକୁ ପଡ଼ିବା ସହ ବିନା ଚପଲରେ ସେ ଘରକୁ ଫେରିଥିଲେ । ତେବେ ସ୍ୱରା ନିଜ ଟୁଇଟ୍ର ଆକାଉଣ୍ଟରେ ଖାଲି ପାଦରେ ଚାଲି ଆସୁଥିବାର ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି ।
Because what’s a Darshan to Mumbai’s iconic #lalbaughcharaja if you don’t lose your shoes? 🤣🤣🤣 #sachcheybhaktpic.twitter.com/CDDYS0FP88
— Swara Bhasker (@ReallySwara) September 11, 2019
ଟୁଇଟ୍ କରାଯାଇଥିବା ଭିଡିଓରେ ସ୍ୱରାଙ୍କୁ ଖାଲି ପାଦରେ ଚାଲି ଆସୁଥିବାର ଦେଖାଯାଇଛି । କିଛି ବାଟ ଖାଲି ପାଦରେ ଆସିବା ସହ ସେ ନିଜ କାର୍ରେ ବସି ଘରକୁ ଫେରୁଛନ୍ତି । ସେୟାର କରାଯାଇଥିବା ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି, ଯଦି ଆପଣ ଲାଲ୍ ବାଗ୍ ରାଜାଙ୍କ ଦର୍ଶନ କରିବାକୁ ଯିବା ସମୟରେ ନିଜର ଚପଲ ନ ହରାଇଛନ୍ତି, ତେବେ ସେ ଦର୍ଶନର କିଛି ମୂଲ୍ୟ ନାହିଁ ।